ରାଉରକେଲା: ଜଣେ ଯୁବତୀଙ୍କୁ ଅସଦାଚରଣ, ଅପହରଣ ଉଦ୍ୟମ, ହତ୍ୟାଧମକ ଓ ଗାଳିଗୁଲଜ ଅଭିଯୋଗରେ ସେକ୍ଟର-୨୧ ନୟାବଜାର ରାମେଶ୍ବରପଲୀ ଅଞ୍ଚଳର ଚନ୍ଦନ ନାୟକ (୨୩) ନାମକ ଯୁବକ ଗିରଫ ହୋଇଛି। ସୂଚନା ଅନୁଯାୟୀ, ଯୁବତୀ (୨୨) ଜଣକ ୨୦୨୩ ମସିହାରେ ଚନ୍ଦନ ନାୟକଙ୍କ ଘରେ ଏକୁଟିଆ ଭଡ଼ା​ରେ ରହୁଥିଲେ। ପ୍ରାୟ ଦେଢ଼ବର୍ଷ ସେଠାରେ ରହିବା ଭିତରେ ଚନ୍ଦନର ଖରାପ ଆଚରଣ ସଂପର୍କରେ ଜାଣିପାରି ଘରଛାଡ଼ି ବାସନ୍ତୀ କଲୋନିରେ ରହିଲେ। ତେବେ ଅଭିଯୁକ୍ତ ଚନ୍ଦନ ଯୁବତୀଙ୍କ ଏକୁଟିଆ ରହିବାର ସୁଯୋଗ ନେବାକୁ ଚେଷ୍ଟା କରିଥିଲା ଅଭିଯୁକ୍ତ।

Advertisment

ସୋମବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଯୁବତୀଙ୍କ ଘରେ ପହଞ୍ଚିଥିଲା ଚନ୍ଦନ। ଯୁବତୀଙ୍କ ଘର କବାଟ ଭାଙ୍ଗିବା ସହ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲା। ପରେ ଜୋରଜବରଦସ୍ତ ଉଠାଇନେବାକୁ ପ୍ରୟାସ କରିଥିଲା। ପ୍ରତିରୋଧ କରିବାରୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ଯୁବତୀଜଣକ ରାତି ୨ଟାରେ ଉଦିତନଗର ଥାନାକୁ ଯାଇ ଏତଲା ଦେଇଥିଲେ। ଏତଲା ଆଧାରରେ ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି।