ଘରୋଇ କଳିରୁ ଯୁବକଙ୍କ ଆତ୍ମହତ୍ୟା!

ରାଉରକେଲା : ଘରୋଇ କଳିକୁ କେନ୍ଦ୍ର କରି ଜଣେ ଯୁବକ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛି। ମୃତକ ଜଣକ ହେଲେ ରେଳବାଇ କଲୋନି ବିବେକାନନ୍ଦପାଲିର ବିକାଶ ମୁଖୀ (୪୮)। ଭାଇ ରାକେଶ ବିକାଶକୁ ହତ୍ୟା କରି ଟାଙ୍ଗି ଦିଆଯାଇଛି ବୋଲି ଗୋପବନ୍ଧୁପାଲୀ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ପ୍ଲାଣ୍ଟ ସାଇଟ ପୁଲିସ ଶବ ଜବତ କରି ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ମୁତାବକ ବିକାଶ ପରିବାର ସହ ରହନ୍ତି।  ତାଙ୍କ ବାପା ରାଉରକେଲା ସରକାରୀ ହସ୍ପିଟାଲରେ ଆଟେଡାଣ୍ଟ କାମ କରନ୍ତି।  ବାପାଙ୍କ ଦେହ ଖରାପ ଥିବାରୁ ସେ ରାଉରକେଲା ସରକାରୀ ହସ୍ପିଟାଲରେ କାମ କରୁଥିଲେ। ଗତକାଲି ରାତିରେ ବିକାଶ ଘରକୁ ଫେରିଥିଲେ।   କୌଣସି କଥାକୁ ନେଇ ପତ୍ନୀ ସରିତାଙ୍କ ସହ କଳି ଝଗଡ଼ା ହୋଇଥିଲା।  ପତ୍ନୀ ସରିତା ଫାଣ୍ଡିରେ ପତିଙ୍କ ନାଁ ରେ ଲିଖିତ ଏତଲା ଦେଇଥିଲେ।  ପରେ ପୁଲିସ ବିକାଶଙ୍କୁ ଫାଣ୍ଡିକୁ ଡାକି ଏ ସଂକ୍ରାନ୍ତରେ ପଚରାଉଚୁରା କରିଥିଲେ। ବିକାଶ ଘରକୁ ଫେରି ଖାଇ ପିଇ ଶୋଇଥିଲେ। ସକାଳୁ ତାର ଶବ ପଙ୍ଖାରେ ଝୁଲୁଥିବା ଦେଖି ପତ୍ନୀ ଫାଣ୍ଡକୁ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର