କୁତ୍ରା: ବିଦ୍ୟୁତ୍ ତା’ର ସଂସ୍ପର୍ଶରେ ଆସି ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ବଡ଼ମାଳ ଗାଁର ଜଣେ ଯୁବକଙ୍କ ସୋମବାର ରାତିରେ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ସମୀର ଲାକ୍ରା (୩୦) ବିଦ୍ୟୁତ୍ ଟ୍ରାନ୍ସଫରମର ମରାମତି କରୁଥିଲେ। ସେ ଯେତେବେଳେ ସବ୍ଷ୍ଟେସନ୍କୁ ଚଢ଼ିଥିଲେ ବିଦ୍ୟୁତ୍ ନଥିଲା କିନ୍ତୁ ମରାମତି କରୁଥିବା ବେଳେ ହଠାତ୍ ବିଦୁତ୍ ଆସିଯିବାରକୁ ତଳେ ପଡ଼ିଯାଇଥିଲେ। ସୀମରଙ୍କ ମୃତଦେହ ପୁଲିସ ଜବତ କରି ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଇଦେଇଛି।
ସରକରା ପଞ୍ଚାୟତ ଅନ୍ତର୍ଗତ ସିମନବନ୍ଧରେ ସୋମବାର ସନ୍ଧ୍ୟା ପରଠାରୁ ବିଦ୍ୟୁତ୍ ନଥିଲା। ସେଥିପାଇଁ କାଳେ କିଛି ତ୍ରୁଟି ଥାଇପାରେ ବୋଲି ସମୀର ସବ୍ଷ୍ଟେସନ୍ ଉପରକୁ ଚଢ଼ି ଯାଞ୍ଚ କରୁଥିଲେ। ବିଦ୍ୟୁତ୍ ବିଭାଗ ତରଫରୁ ଏହି ଅଞ୍ଚଳରେ କିଛି ଯୁବକଙ୍କୁ ଠିକା ଭାବରେ ନିଯୁକ୍ତି କରାଯାଇଛି, ଯେଉଁମାନେ ଆବଶ୍ୟକ ପଡ଼ିଲେ ବିଦ୍ୟୁତ୍ ସଂଯୋଗ ସଂପର୍କିତ କାମ ବିଭାଗୀୟ କର୍ମଚାରୀଙ୍କ ଉପସ୍ଥିତିରେ ମରାମତି କରନ୍ତି।
ସମୀର ସ୍ଥାନୀୟ ଅଞ୍ଚଳର ଏକ ଟେଣ୍ଟ ହାଉସ୍ରେ କାମ କରନ୍ତି। ସେ ସୋମବାର ଏହି ଅଞ୍ଚଳରେ ଟେଣ୍ଟ କାମ କରୁଥିଲେ ଓ ବିଦ୍ୟୁତ ସଂଯୋଗ ଦେବା ଲାଗି ସବ୍ଷ୍ଟେସନ୍ ଉପରକୁ ଚଢ଼ିଥିଲେ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ପୁଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/Deadbody.jpg)