ସୁନ୍ଦରଗଡ଼: ଧରୁଆଡିହି ଥାନା କୁଲଟା ପଞ୍ଚାୟତର ଲମଟି ଗ୍ରାମର ସ୍କୁଲ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଲମଟି ଗ୍ରାମର ଦେବାନନ୍ଦ ସୁନ୍ୟାନି ବୋଲି ଜଣାପଡ଼ିଛି। କୌଣସି ଏକ ଧାରୁଆ ଅସ୍ତ୍ରରେ ତାର ଗଳା କାଟି ହତ୍ୟା କରାଯାଉଥିବା ସନ୍ଦେହ କରାଯାଉଛି। ହତ୍ୟା ପଛର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ଘଟଣାର ଛାନଭିନ ଆରମ୍ଭ କରିଛି। ଆଜି ସକାଳୁ ସ୍ଥାନୀୟ ଲୋକେ ଦେବାନନ୍ଦଙ୍କ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ।
ସ୍କୁଲ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ
/sambad/media/post_attachments/wp-content/uploads/2024/03/754c8cda-d429-458f-b3e1-26f6db743966-1.jpeg)