ରାଉରକେଲା : ଷ୍ଟିଲ ସିଟି ରାଉରକେଲାରେ ରବିବାର ବଳମ୍ବିତ ରାତିରେ ଜଣେ ଯୁବକଙ୍କୁ ନଷ୍ଠୁର ଭାବରେ ହତ୍ୟା କରାଯାଇଥିବା ଜଣାପଡ଼ିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଜେପି ଯୁବ ନେତାଙ୍କୁ ଭୁଜାଲିରେ ହାଣି ହତ୍ୟା କରାଯାଇଛି । ମୃତ ଯୁବନେତା ହେଲେ ମଧୁସୁଦନପାଲିର ରବି ରାଜା । ଏହି ଘଟଣାରେ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଘଟଣା ସହିତ ସଂପୃକତ ଜଣେ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ ରବିବାର ବିଳମ୍ବିତ ରାତି ସାଢ଼େ ୧୧ ଟାରେ ରେଲୱେ କଲୋନୀ ତେଲଗୁବସ୍ତି ଶିବ ମନ୍ଦିର ନିକଟରେ ଘଟିଛି । ଏହି ଅଭାବନିୟ ଘଟଣା । ପ୍ଲାଣ୍ଟସାଇଟ ପୁଲିସର ଘଟଣାର ତଦନ୍ତ ଜାରି ରହିଛି ।
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରାଉରକେଲାରେ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା
/sambad/media/post_attachments/wp-content/uploads/2019/05/WhatsApp-Image-2019-05-06-at-8.11.00-AM-1.jpeg)