ରେଙ୍ଗାଲି ରାମ୍ପେଲା ସେତୁରେ ସୁନ୍ଦରଗଡ଼ର ଯୁବକ  ନିଖୋଜ

ସୁନ୍ଦରଗଡ଼: ଗତକାଲି ରାତିରୁ ସୁନ୍ଦରଗଡ଼ ସହର ମହେଶଡିହିର ଯୁବକ ଆଶିଷ କଉଡି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ରାମ୍ପେଲା ସେତୁ ପାଖରେ ନିଖୋଜ ହୋଇଯାଇଛନ୍ତି। ସେତୁ ଉପରେ ତାଙ୍କ ବାଇକ୍ ଠାବ ହୋଇଥିବାରୁ ସେ ନଦୀକୁ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି। ପୁଲିସ ଓ ଓଡ୍ରାଫ୍ଟ ଟିମ୍ ନଦୀରେ ଖୋଜାଖୋଜି ଚଲାଇଛନ୍ତି।

ଆଶିଷ ଶଙ୍କରାଠାରେ ଏକ ନେଟ୍ ପାର୍ଲର ଖୋଲିଥିବା ବେଳେ ଗତକାଲି ଦୋକାନରୁ ସେ କେଉଁ ଆଡେ ଚାଲିଯାଇଥିଲେ। ଗଲାବେଳେ ଦୋକାନରେ ଏକ ଚିଠି ଲେଖି ଛାଡିଯାଇଥିବା, ଯେଉଁଥିରେ ଋଣ କରି ସୁଝି ପାରୁନଥିବାରୁ ସେ ଘର ଛାଡି ଚାଲିଯାଇଥିବା ଉଲ୍ଲେଖ ଥିବା କୁହାଯାଉଛି। ରାତିରେ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଦୋକାନକୁ ଯାଇ ଚିଠି ପାଇ ଖୋଜାଖୋଜି କରିଥିଲେ। ରାମ୍ପେଲା ସେତୁ ଉପରେ ତାଙ୍କ ବାଇକ୍ ମିଳିଛି। ଏପର୍ଯ୍ଯନ୍ତ ତାଙ୍କ ସନ୍ଧାନ ମିଳି ନାହିଁ। ପରିବାର ଲୋକେ ଆଶଙ୍କାରେ ରହିଛନ୍ତି।

ସମ୍ବନ୍ଧିତ ଖବର