ରାଉରକେଲାର ଯୁବତୀଙ୍କୁ ପଞ୍ଜାବରେ ଜୋରଜବରଦସ୍ତି ବାହାଘର ଉଦ୍ୟମ: ଯୁବତୀ ଓ ତାଙ୍କ ବଡ଼ ଭଉଣୀଙ୍କ ସହ ଦୁଇ ନାବାଳିକା ଉଦ୍ଧାର

ରାଉରକେଲା : ରାଉରକେଲା ଗୋପବନ୍ଧୁପାଲ୍ଲୀର ଜଣେ ଯୁବତୀଙ୍କୁ ପଞ୍ଜାବରେ ଜୋରଜବରଦସ୍ତ ବିବାହ ଉଦ୍ୟମ ପଣ୍ଡ ହୋଇଛିl ପ୍ଲାଣ୍ଟସାଇଟ ପୁଲିସ ପଞ୍ଜାବର ଅମ୍ରିତସରରୁ ଯୁବତୀ, ତାଙ୍କ ବଡ଼ ଭଉଣୀ ସମେତ ଦୁଇ ନାବାଳିକାଙ୍କୁ ସ୍ଥାନୀୟ ପୁଲିସ ସହାୟତାରେ ଉଦ୍ଧାର କରିଛି l ଯୁବତୀଙ୍କୁ ନେଇ ଥିବା ସମ୍ପର୍କୀୟ ମହିଳା ଘଟଣାସ୍ଥଳରୁ ଫେରାର ହୋଇଯାଇଛିl

ଗୋପବନ୍ଧୁପାଲୀରେ ଯୁବତୀ ଜଣକ ତାଙ୍କ ପରିବାର ସହ ରହନ୍ତି l ଗତ ୩୦ ତାରିଖରେ ଯୁବତୀ ବାପାଙ୍କ ସମ୍ପର୍କୀୟ ଜଣେ ମହିଳା ତାଙ୍କ ଘରେ ପହଞ୍ଚିଥିଲେl ଯୁବତୀଙ୍କୁ କାମ ଦେବା ବାହାନାରେ ପଞ୍ଜାବର ଅମ୍ରିତସରକୁ ନେଇଯାଇଥିଲେl ସେଠାରେ ତାର ଅନିଚ୍ଛାରେ ଅନ୍ୟ ଜଣେ ପୁରୁଷ ସହ ବିବାହ କରାଇଦେଉଥିଲେl ଏ ସଂକ୍ରାନ୍ତରେ ଯୁବତୀ ଜଣକ ତାଙ୍କ ମାଙ୍କୁ ଫୋନ୍ କରି ଜଣାଇଥିଲେ l ଯୁବତୀଙ୍କ ମା ପ୍ଲାଣ୍ଟସାଇଟ ଥାନାରେ ଲିଖିତ ଏତଲା ଦେଇଥିଲ l ପ୍ଲାଣ୍ଟ ସାଇଟ ଥାନାର ସ୍ୱତନ୍ତ୍ର ଟିମ ପଞ୍ଜାବରେ ପହଞ୍ଚି ଯୁବତୀଙ୍କ ସହ ଅନ୍ୟମାନଙ୍କୁ ଉଦ୍ଧାର କରି ରାଉରକେଲା ଆଣିଛନ୍ତିl

ସମ୍ବନ୍ଧିତ ଖବର