ସୁନ୍ଦରଗଡ଼ : ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଲୁଚିଥିବା କିଛି ଲୋକଙ୍କୁ କରୋନା ସନ୍ଦେହରେ ଟାଉନ ପୁଲିସ ଉଠାଇ ନେଇଛି ବୋଲି ଏକ ମିଥ୍ୟା ଖବର ସାମାଜିକ ଗଣମାଧ୍ୟମରେ ପ୍ରଚାର କରିଥିବା ଅଭିଯୋଗରେ ସୁନ୍ଦରଗଡ଼ ଡେଙ୍ଗିଭାଡ଼ିର ଜଣେ ଯୁବକ ଗିରଫ ହୋଇଛନ୍ତି। ଅଭିଯୁକ୍ତଙ୍କର ନାଁ ହେଉଛି ଚେତନ ପଣ୍ଡା ଓରଫ୍ ଗୁଡ଼ୁ। ଆଜି ଅଦାଲତରେ ହାଜର କରିବା ପରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଡେଙ୍ଗିଭାଡ଼ିର ଏହି ଯୁବକ ଜଣକ କିଛି ଦିନ ତଳେ ଡେଙ୍ଗିଭାଡ଼ିର ଏକ ନିର୍ଦ୍ଦିଷ୍ଟ ଧର୍ମପୀଠରୁ କିଛି ଲୋକଙ୍କୁ କରୋନା ସନ୍ଦେହରେ ପୁଲିସ ଉଠାଇ ନେଇଥିବା ପ୍ରଚାର କରିଥିଲେ। ଏ ଗୁଜବ ସହରରେ ଆତଙ୍କ ଖେଳାଇ ଦେଇଥିଲା। ଏ ସମ୍ପର୍କରେ ଟାଉନଥାନାରେ ଅଭିଯୋଗ ହେବା ପରେ ୧୪ ତାରିଖରେ ଟାଉନ ଥାନାରେ ଭାରତୀୟ ଦଣ୍ଡବିଧି ଧାରା ୧୮୮/୪୬୫/୪୬୯/୫୦୫, ୫୨ ବିପର୍ଯ୍ୟୟ ପରିଚାଳନା ଆଇନ, ୩ ମହାମାରୀ ରୋଗ ଆଇନ, ୬୬ (ସି) ଆଇଟି ଆଇନରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/arrest-ff.jpeg)
