ରାଉର୍‌କେଲା: ପୋଖରୀରେ ବୁଡ଼ି ୪୦ ବର୍ଷୀୟ ବ୍ୟକ୍ତି ମୃତ

ରାଉରକେଲା : ରଘୁନାଥପାଲି ଥାନା ଅନ୍ତର୍ଗତ ଜଲଦା ସି ବ୍ଲକରେ ଏକ ପୋଖରୀରେ ବୁଡ଼ି ଜଣେ ୪୦ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ରାଉରକେଲା ଫାୟାର ବ୍ରିଗେଡ଼ ଟିମ୍‌ ତାଙ୍କ ମୃତଦେହକୁ ପୋଖରୀରୁ ଉଦ୍ଧାର କରିଛି । ଜଲଦାର ବୁତୃ ମୁଣ୍ଡା ନାମକ ଏହି ବ୍ୟକ୍ତି କିପରି ପାଣିରେ ପଡ଼ିଲେ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ମୃତକ ଜଣଙ୍କ ସାର୍ଟ, ପ୍ୟାଣ୍ଟ ପିନ୍ଧିବା ଅବସ୍ଥାରେ ଉଦ୍ଧାର ହୋଇଥିବାରୁ ସେ ଗାଧୋଇବା ଲାଗି ପୋଖରୀକୁ ଯାଇନଥିବା ସ୍ପଷ୍ଟ ହୋଇଯାଇଛି । କେଉଁ ପରିପ୍ରେକ୍ଷୀରେ ତାଙ୍କର ମୃତ୍ୟୁ ଘଟିଲା ଜଲଦା ଫାଣ୍ଡି ପୁଲିସ ତା’ର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର