ଛୁରୀରେ ବେକ କାଟି ଜୀବନ ହାରିଲେ ଯୁବକ, କାରଣ ଅସ୍ପଷ୍ଟ

ରାଉରକେଲା : ବାନ୍ଧମୁଣ୍ଡା ତିଳକାନଗରରେ ଜଣେ ଯୁବକ ଛୁରୀରେ ନିଜ ବେକ କାଟି ଜୀବନ ହାରିଛନ୍ତି। ମୃତ ଯୁବକ ଜଣକ ହେଲେ ତିଳକାନଗର ଫୁଲବାରିର ସୁରନ ବିନ୍ଧାଣି। ତାଙ୍କ ମୃତ୍ୟୁର କାରଣ ଏଯାଏ ଅସ୍ପଷ୍ଟ ରହିଛି। ଗତକାଲି ସୁରନ କୌଣସି କାରଣରୁ ନିଜ ଭାଇ ଓ ମାମୁଁଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ବାନ୍ଧମୁଣ୍ଡା ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସୁରନଙ୍କର ସାମାନ୍ୟ ମାନସିକ ବିକୃତି ଥିଲା। ଏନେଇ ତାଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର