ରାଉରକେଲା: ଓଡ଼ିଶା ପ୍ରଶାସନିକ ସେବା (ଓପିଏସ୍‌ସି) ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ନକ୍ସଲ ଉପଦ୍ରୁତ ଇଲାକାର ଯୁବକ ଡୋମେନ୍‌ ଏକ୍କା। ଦ୍ବିତୀୟ ସୁଯୋଗରେ କୃତକାର୍ଯ୍ୟ ହୋଇ ୩୮୭ ସ୍ଥାନରେ ରହିଛନ୍ତି। ଡୋମେନ୍‌ କୋରାପୁଟ ଜିଲ୍ଲା ସୁନାବେଢ଼ା ‘ହାଲ୍‌’ର ସୁଖୋଇ -୩୦ ଇଞ୍ଜିନ୍‌ ବିଭାଗରେ ଚାକିରି କରୁଛନ୍ତି। ଏହି ସଫଳତାର ଶ୍ରେୟ ସେ ତାଙ୍କର ମା’, ପତ୍ନୀ, ଭାଇଭଉଣୀ ଓ ଗୁରୁଜୀଙ୍କୁ ଦେଇଛନ୍ତି।

Advertisment

ବିଶ୍ରା ବ୍ଲକ୍‌ ଅନ୍ତର୍ଗତ ଯୋଡ଼ାବନ୍ଧ ଡରେଇକେଲାର ଡୋମେନ୍‌ ଏକ୍କା ପରିବାର ସହ କୋରାପୁଟ ଜିଲ୍ଲା ସୁନାବେଡ଼ାରେ ରହୁଛନ୍ତି। ସେ କହିଛନ୍ତି ଓଏଏସ୍‌ ପାଇବାକୁ ଦୈନିକ ୪ରୁ୫ ଘଣ୍ଟା ପରିଶ୍ରମ କରୁଥିଲେ। ପରୀକ୍ଷା ସମୟରେ ଦୈନିକ ୭ରୁ ୮ ଘଣ୍ଟା ପରିଶ୍ରମ କରୁଥିଲେ। ପ୍ରଥମ ସୁଯୋଗରେ ବିଫଳ ହୋଇଥିଲେ। ଦ୍ବିତୀୟ ସୁଯୋଗ ସଫଳତା ପାଇଥିଲେ। ନକ୍ସଲ ଇଲାକରେ ଡୋମେନ୍‌ଙ୍କ ଭଳି ଜଣେ ଆଦିବାସୀ ଯୁବକ ଓଏଏସ୍ ପାଇଥିବାରୁ ସ୍ଥାନୀୟ ଅଞ୍ଚଳର ସମାଜସେବୀ ସୋମନାଥ ରାୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।