ସୁନ୍ଦରଗଡ଼/ହେମଗିର: ଗୋପାଳପୁର ଗୁଳିକାଣ୍ଡର ଅଭିଯୁକ୍ତ ବିକ୍ରାନ୍ତ ଗିଦିଲି ଓରଫ୍ ଦାଢ଼ି (୩୩)କୁ ପୁଲିସ୍ ଗିରଫ କରିଛି। ସୁନ୍ଦରଗଡ଼ ଫେରୁଥିବା ରାସ୍ତାରେ ଅଭିଯୁକ୍ତ ଦାଢ଼ିକୁ ପୁଲିସ ଗିରଫ କରିଥିଲା। ଅଭିଯୁକ୍ତର ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ହାଜତକୁ ପଠାଇଦିଆଯାଇଛି। ଏହା ସହ ହତ୍ୟାକାଣ୍ଡରେ ବ୍ୟବହୃତ ପିସ୍ତଲକୁ ପୁଲିସ ଜବତ କରିଛି।
ସୂଚନାଯୋଗ୍ୟ, ଗତ ୧ ତାରିଖ ସଂଧ୍ୟା ପ୍ରାୟ ୭ଟାରେ ସ୍ଥାନୀୟ ବାସିନ୍ଦା ଶୁକ୍ରିୟା ନାଏକ (୪୫) ଗୋପାଳପୁର ବସ୍ଷ୍ଟାଣ୍ଡ୍ରେ ଛିଡ଼ା ହୋଇଥିଲେ। ଏତିକିବେଳେ ଅଭିଯୁକ୍ତ ଦାଢ଼ି ସେଠାରେ ନିଜର ୪/୫ ଜଣ ସହଯୋଗୀଙ୍କ ସହ ପହଞ୍ଚିଥିଲା। କୌଣସି କାରଣରୁ ସେଠାରେ ଛିଡ଼ା ହୋଇଥିବା ଶୁକ୍ରିୟାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲା। ଏଣୁ ଶୁକ୍ରିୟା ମଧ୍ୟ କୁଆଡ଼େ ଗାଳି କରିଥିଲେ। ଅଂଚଳରେ ପତିଆରା ସୃଷ୍ଟି କରିଥିବା ଦାଢ଼ି କିନ୍ତୁ ଏହାକୁ ସହଜେ ହଜମ କରିପାରିନଥିଲା। ଫଳରେ ଉତ୍ତ୍ୟକ୍ତ ହୋଇ ପକେଟରୁ ପିସ୍ତଲ ବାହାର କରି ଶୁକ୍ରିୟାଙ୍କ ଛାତିରେ ଲଗାଇ ଗୁଳି କରିଥିଲା। ଛାତି ଗୁଳି ଭେଦିବାରୁ ଶୁକ୍ରିୟା ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ଧରାପଡ଼ିଯିବା ଆଶଙ୍କା କରି ଅଭିଯୁକ୍ତ ଦାଢ଼ି ଦୌଡ଼ି ଦୌଡ଼ି ଗୋପାଳପୁର ବାଇପାସ୍କୁ ପଳାଇଥିଲା। ସେଠାରେ ଏକ ବୁଦା ମୂଳରେ ପିସ୍ତଲକୁ ଲୁଚାଇ ଏକ ଟ୍ରକ୍ରେ ସୁନ୍ଦରଗଡ଼କୁ ଆସିଥିଲା। ସେଠାରୁ ରାତାରାତି ବାମରାକୁ ଚମ୍ପଟ୍ ମାରି ଆତ୍ମଗୋପନ କରିଥିଲା। ମାତ୍ର ଦାଢ଼ି ଆଜି କୌଣସି କାମରେ ସୁନ୍ଦରଗଡ଼କୁ ଆସୁଥିବା ପୁଲିସ ଗୁପ୍ତ ସୂଚନା ପାଇଥିଲା। ସୂଚନା ମୁତାବକ ପୂର୍ବରୁ ପୁଲିସ କିରେଇ ଛକରେ ଛପି ରହିଥିଲା। ପୂର୍ବାହ୍ନ ପ୍ରାୟ ୧୧ଟାରେ କାର୍ରେ ଆସୁଥିବା ଅଭିଯୁକ୍ତକୁ ଆସିବାମାତ୍ରେ ତାକୁ ପୁଲିସ କାବୁ କରିନେଇଥିଲା।
ଗୋପାଳପୁର ଗୁଳିକାଣ୍ଡ: କୁଖ୍ୟାତ ଅଭିଯୁକ୍ତ ଦାଢ଼ି ଗିରଫ
/sambad/media/post_attachments/wp-content/uploads/2018/01/rkl5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)