ଅନୁଗୁଳ: ‘ସୁନ୍ଦରୀ’ ପୁଣି ମାରିଲା ଗାଈ, ମିଳିଲା କ୍ଷତିପୂରଣ

ଅନୁଗୁଳ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଲେହେଡି ଗାଁର ବାଘୁଣୀ‘ସୁନ୍ଦରୀ’ ଏକ ଗାଈକୁ ମାରିଥିବା ନେଇ ଅଭିଯୋଗ ହୋଇଛି। ଗତକାଲି ରାତିରେ ଗାଈଟି ବାଘୁଣୀର ଶିକାର ହୋଇଥିବା ଆଶଙ୍କା କରାଯାଉଛି। ଏହାକୁ ନେଇ ଗ୍ରାମବାସୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ବନ ବିଭାଗ ଅଧିକାରୀ ଓ କର୍ମଚାରୀ ଲେହେଡ଼ି ଗାଁରେ ପହଞ୍ଚି ମୃତ ଗାଈର ମାଲିକଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରିଛନ୍ତି।
ଆଠମଲ୍ଲିକ ବନଖଣ୍ଡ ଅଧିକାରୀ ସମଞ୍ୟକ ସାମନ୍ତରାୟଙ୍କ ଠାରୁ ପ୍ରକାଶ ଯେ, ଲେହେଇ ଗଆମର ଅକ୍ଷୟ କୁମାର ପଣ୍ଡା ନାମକ ଜଣେ ବାବାଙ୍କୁ ନିକଟସ୍ଥ ଗାଁର ଲୋକେ ।ଗୋଟିଏ ଗାଈ ଦାନ ଆକାରରେ ଦେଇଥଇେ।ଳ ଏହି ଗାଈଟି ଜଙ୍ଘଳରେ ରୁହେ। ଗତକାଲି ସୁନ୍ଦରୀର କାର୍ଯ୍ୟକଳାପ ତା ବେକରେ ବନ୍ଧା ଯାଇଥିବା ରେଡିଓ କଲାରକୁ ଅନୁଧ୍ୟାନ କରାଯିବା ବେଳେ ସୁନ୍ଦରୀ’ ଗୋଟଇଏ ସ୍ଥାନରେ ସ୍ଥିର ଥିବା ଜଣାଫଡ଼ିଥିଲା। ତେଣୁ ସେ କିଛି ଅଘଟଣ ଘଟାଇଥିବା ଆଶଙ୍କାରେ ଆଜି ଲେହେଡ଼ି ଗାଁକୁ ଯିବା ପରେ ସେ ବାବାଙ୍କର ଗାଈଟିକୁ ମାରି ଜଙ୍ଗଲକୁ ନେଇ ଯାଇଥିବା ଜଣାପଡ଼ିଥିଲା। ତେଣୁ ସଙ୍ଗେ ସଙ୍ଗେ ଅକ୍ଷୟ ପଣ୍ଡାଙ୍କୁ କ୍ଷତିପୂରଣ ବାବଦରେ ୫ ହଜାର ଟଙ୍କା ଦିଆ ଯାଇଛି ବୋଲି ଆଠମଲ୍ଲିକ ବନଖଣ୍ଡ ଡିଏଏଫ୍‌ଓ ସମ୍ୟକ ସାମନ୍ତରାୟ କହିଛନ୍ତି। ‘ସୁନ୍ଦରୀ’ ବର୍ତ୍ତମାନ ହାତଧରା ଜଙ୍ଗଲରେ ବୁଲାବୁଲି କରୁଥିବା ରେଡିଓ କଲାରରୁ ଜଣାଯାଇଛି।ତେବେ ସୁନ୍ଦରୀ ଯେପରିି ଜନବସତି ଆଡକୁ ନ ଯିବ ସେଥିପାଇଁ ବନବିଭାଗ କର୍ମଚାରୀମାନେ ନଜର ରଖିଥିବା ଆଠମଲ୍ଲିକ ବନଖଣ୍ଡ ଡିଏଏଫ୍‌ଓ ସମ୍ୟକ ସାମନ୍ତରାୟ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର