କୋରାପୁଟ: କୋରାପୁଟ ଜିଲ୍ଲାର ସୁଙ୍କି ଘାଟି ନିକଟରେ ୨୬ନମ୍ବର ଜାତୀୟ ରାଜପଥର ଆକ୍ରମଣ ଘଟଣାକୁ ଆଜି ୪ ବର୍ଷ ପୁରିଛି। ୨୦୧୭ ଫେବ୍ରୁଆରି ୧ ତାରିଖରେ ମାଓବାଦୀଙ୍କ ଦ୍ବାରା ସଂଘଠିତ ଏହି ବର୍ବରଚିତ ଘଟଣାରେ ୮ ପୁଲିସ କର୍ମଚାରୀ ପ୍ରାଣ ହରାଇଥିଲେ। ଆଜି ସ୍ଥାନୀୟ ପୁଲିସ ପଡିଆ ନିକଟରେ ରହିଥିବା ଶହୀନ ସ୍ମରକୀରେ ଏସପି ବରୁଣ ଗୁଣ୍ଟୁପାଲ୍ଲୀଙ୍କ ସହ ବହୁ ପୁଲିସ ଅଧିକାରୀ ଓ ସହିଦଙ୍କ ପରିବାରବର୍ଗ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ସୂଚନାଯୋଗ୍ୟ ତାଲିମ ନେବା ପାଇଁ ପୁଲିସ କର୍ମଚାରୀ କୋରାପୁଟରୁ କଟକ ଯାଉଥିବା ସମୟରେ ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଏହି ବିସ୍ଫୋରଣ ଘଟିଥିଲା। କୋରାପୁଟ ଜିଲ୍ଲା ପୁଲିସର ୧୩ଜଣ କର୍ମଚାରୀଙ୍କୁ ନେଇ ସେଦିନ ଅପରାହ୍ନରେ ଏକ ପୁଲିସ ଭ୍ୟାନ କଟକ ଅଭିମୁଖେ ବାହାରିଥିଲା। ଏହି ଗାଡିରେ ଡ୍ରାଇଭର ହାବିଲଦାର ତୁଳସୀ ମାଝୀ, ହାବିଲଦାର ମେଜର ସୋମନାଥ ଶିଶାଙ୍କ ସମେତ ଡ୍ରାଇଭର ପି.ନାୟକ, ଚିତ୍ତ ଦାଶ, ସ˚ଜୟ କୁମାର ଦାଶ, ଏଲ.କେ. ନାଥ, ଅର୍ଜୁନ କୁମାର ନାୟକ, ପ୍ରଦୀପ ମଲ୍ଲିକ, ରାଧେଶ୍ୟାମ ଦାଶ, ସୁବର୍ଣ୍ଣ କୁମାର ରାଜ, ଗଣେଶ ପ୍ରସାଦ ସାହା, ପ୍ରମୋଦ କୁମାର ବିଶ୍ବାଳ, ପ୍ରଦୀପ୍ତ କୁମାର ରାଉତ ଯାଉଥିଲେ।
/sambad/media/post_attachments/wp-content/uploads/2021/02/kpt-trubute-to-sunki-sahid-2-1024x1024.jpg)
ଗାଡିଟି ପଟାଙ୍ଗୀ ଥାନାର ସୁଙ୍କି ପାର୍, ହୋଇ ୩ କିମି ଯିବା ପରେ ମୁଙ୍ଗାରଭୂମି ନିକଟରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ହୋଇଥିଲାବେଳେ ପୁଲିସ ଭ୍ୟାନଟି କିଛି ଫୁଟ ଉପରକୁ ଉଠି ଜାତୀୟ ରାଜପଥ ତଳକୁ ଗଡି ଯାଇଥିଲା। ଘଟଣାସ୍ଥଳରେ ପୁଲିସ୍ କର୍ମଚାରୀଙ୍କ ଖଣ୍ତ ବିଖଣ୍ତିତ ଶରୀର ଛିଟିକି ପଡିଥିଲା। ଘଟଣାସ୍ଥଳରେ ସୋମନାଥ ଶିଶା, ପ୍ରଦୀପ ମଲ୍ଳିକ, ଏଲ.କେ. ନାଥଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟ ପୁଲିସ କର୍ମଚାରୀଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ସୁଙ୍କି ଓ ସାଲୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲାବେଳେସ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ପୁଲିସ କର୍ମଚାରୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/kpt-trubute-to-sunki-sahid.jpg)