ସ୍ବପ୍ନରେ ରହିଗଲା ସୁପର ମାର୍କେଟ କମ୍ପ୍ଳେକ୍ସ, ୩୮୦୦ ବର୍ଗଫୁଟ ଏବେ ମଦ୍ୟପଙ୍କ ଆଡ୍ଡାସ୍ଥଳ

କୋରାପୁଟ: ଲକ୍ଷ୍ୟ ଥିଲା କୋରାପୁଟ ସହର ଛାତି ଉପରେ ଛିଡା‌ ହେବ ସୁପର ମାର୍କେଟ। ଆଉ ଛତିଶଗଡ କି ବିଶାଖାପାଟଣା ଉପରେ ନିର୍ଭର କରିବେନି କୋରାପୁଟବାସୀ। ଏଥିପାଇଁ ପାଖାପାଖି ୩ କୋଟି ଟଙ୍କା ବିନିମୟରେ ୩୮୦୦ ବର୍ଗପୁଟରେ ଆରମ୍ଭ ହୋଇଥିଲା ସୁପର ମାର୍କେଟ। ବସଷ୍ଟାଣ୍ଡ ପାର୍ଶ୍ବରେ ତଳ ମହଲା ସହ ଉପରେ ତିନି ମହଲାର କୋଠା ତିଆରି କରାଯିବାକୁ ହୋଇଥିଲା ଯୋଜନା। ସେହି ଅନୁସାରେ ଏନଏସି ଗେଷ୍ଟ ହାଉସକୁ ଭଙ୍ଗ‌ାଯାଇଥିଲା। ୨୦୧୪ ଶେଷ ଆଡକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇ କାମ ଆରମ୍ଭ ହୋଇଥି‌ଲା। ୨୦୧୭ରେ ପୂର୍ବତନ ସାଂସଦ ଝିହ୍ନ ହିକ୍କକାଙ୍କ କରକମଳରେ ଏହାକୁ ଉଦଘାଟନ କରାଯାଇଥିଲା। ୨୧ଟି ୱାର୍ଡର କାଉନସିଲରଙ୍କ ସହ ପୂର୍ବତନ ନଗରପାଳ, ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହାକୁ ଲୋକାର୍ପିତ କରାଯାଇଥିଲା। ସେହି ସମୟରେ ଆସନ୍ତା ଦୁଇବର୍ଷ ମଧ୍ୟରେ ଆଉ ତିନି ମହଲାର କାମ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ସେହି ସମୟରେ ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ର ଓ ପୌରଯନ୍ତ୍ରୀ ରମେଶ କୁମାର ମହାରଣା ଓ ନିର୍ବାହୀ ଯନ୍ତ୍ରୀ ଗୌରଚନ୍ଦ୍ର ପଟ୍ଟନାୟକ ଏଥିପାଇଁ ପ୍ରାୟ ୩ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ। କେବଳ ତଳ ମହଲାରେ ୧୮ଟି ଷ୍ଟଲ ଆବଣ୍ଟନ ହୋଇଥିବାବେଳେ ଉପରକୁ ହେବାକୁ ରହିଥିବା ତିନି ମହଲା ସ୍ବପ୍ନ ହୋଇ ରହିଗଲା।

Sambad

ତେବେ ଏହାକୁ ସେହି ସମୟରେ ତିଆରି କରିବାର ଦାୟିତ୍ବ ନେଇଥିଲେ ଭିଜିଲାନ୍ସ ଜାଲରେ ପଡିଥିବା ସୁନାବେଢା ଏନଏସିର ଏଇ ତଥା ପୂର୍ବତନ କୋରାପୁଟ ପୌରପାଳିକାର ଏଇ ମନୋଜ କୁମାର ପାତ୍ର। ପ୍ରଥମ ମହଲ‌ାରେ ସବୁ ଖର୍ଚ୍ଚ ହୋଇଥିବା ଦର୍ଶାଇ ତିନି ମହଲା କାର୍ଯ୍ୟ ହୋଇଥିବା ପୌରପାଳିକା ସୁତ୍ରରୁ ଜଣାପଡିଛି। ୧୮ଟି ଷ୍ଟଲ ତିଆରି କରି ୩ କୋଟି କୋଟି ଟଙ୍କା କିପରି ଭାବେ ତିଆରି ହେଲା ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଏହି ସୁପର ମାର୍କେଟ କମ୍ପ୍ଳେକ୍ସ ତିଆରି କରିବାକୁ ଯୋଜନା ରହିଥିବାବେଳେ ଏଥିପାଇଁ ବ୍ୟୟବରାଦ ହୋଇଥିବା ୩ କୋଟି ଟଙ୍କା କିପରି କେଉଁ ବାବଦରେ ଖର୍ଚ୍ଚ ହେଲା ତାହାକୁନେଇ ନାନ ପ୍ରଶ୍ନ ଉଠିଛି। ଏନେଇ ବୁଦ୍ଧିଜୀବୀ ଭବାନୀ ମିଶ୍ର କହିଛନ୍ତି ଯେ କୋରାପୁଟ ସହରରେ ସୁପର ମାର୍କେଟ କମ୍ପ୍ଳେକ୍ସ ହେବ ବୋଲି ଏନଏସି ଗେଷ୍ଟ ହାଉସକୁ ଭଙ୍ଗା ଗଲା। ତିନି ମହଲା ବିଶିଷ୍ଟ ସୁପର ମାର୍କେଟ କମ୍ପ୍ଳେକ୍ସ ହେବ ବୋଲି ୩ କୋଟି ଟଙ୍କା ବ୍ୟୟବରାଦ ହେଲା। ୨୦୧୭ ଡିସେମ୍ବର ୯ ତାରିଖରେ ତଳ ମହଲାକୁ ଲୋର୍କାର୍ପଣ କରାଯାଇଥିବାବେଳେ ଆଉ ଉପରକୁ ହେବାକୁ ରହିଥିବା ବାକି ମହଲା କେବେ ହେବ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଏନେଇ କୋରାପୁଟ ପୌର ନିର୍ବାହୀ ଅଧିକାରୀ ସ୍ବାସ୍ତିକ ଜମାଦାର କହିଛନ୍ତି ଯେ ଘଟଣା ସମ୍ପର୍କରେ ଏବେ ଜାଣିବାକୁ ପାଇଲି। ଏନେଇ ପଦକ୍ଷେପ ଗ୍ରହଣ କରି କିପରି ଏହା ସ୍ବୟ ସମ୍ପୂଣ୍ଣ ହେବ ସେଥି ପ୍ରତି ପଦକ୍ଷେପ ନେବି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର