ପରୀକ୍ଷା ହେଲା ସୁପରସୋନିକ କ୍ରୁଜ଼ ମିଜାଇଲ ବ୍ରହ୍ମସ

ଚାନ୍ଦିପୁର:ବାଲେଶ୍ବର ଚାନ୍ଦିପୁରରେ ଥିବା କ୍ଷେପଣାସ୍ତ୍ର କେନ୍ଦ୍ର ୩ନଂ ଲଞ୍ଚପ୍ୟାଡ଼ରୁ ଆଜି ପରୀକ୍ଷା କରାଯାଇଛି ସୁପରସୋନିକ କ୍ରୁଜ଼ ମିଜାଇଲ ବ୍ରହ୍ମସ।

ଏହି ପରୀକ୍ଷା ପାଇଁ ପ୍ରତିରକ୍ଷା ବିଭାଗ ତରଫରୁ ପ୍ରସ୍ତୁତି ଚୂଡାନ୍ତ କରାଯାଇଥିଲା। ଋଷ ଓ ଭାରତର ମିଳିତ ସହଯୋଗରେ ନିର୍ମିତ ଏହି କ୍ଷେପଣାସ୍ତ୍ରକୁ ଯେକୌଣସି ପରିସ୍ଥିତିରେ ସ୍ଥଳଭାଗ, ଯୁଦ୍ଧ ଜାହାଜ ଓ ରେଳ ଲଞ୍ଚରରୁ ଉତକ୍ଷେପଣ କରାଯାଇପାରିବ।ଶବ୍ଦର ବେଗ ଠାରୁ ୩ ଗୁଣ ଅଧିକ ବେଗରେ ଗତି କରିପାରୁଥିବା ବ୍ରହ୍ମସ ମିସାଇଲରେ ଦୁଇଟି ଷ୍ଟେଜ ବିଶିଷ୍ଟ ଇଂଜିନ ବ୍ୟବହାର କରାଯାଇଛି।

୩ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କ୍ଷମତା ରଖିଥିବା ଏହି କ୍ଷେପଣାସ୍ତ୍ର ସ୍ଥଳଭାଗରୁ ୪୫୦ କିଲୋମିଟର ୬୦୦ କିଲୋମିଟର ଲକ୍ଷ୍ୟଭେଦ କରିପାରୁଥିବା ବେଳେ, ବାୟୁସେନାର ଯୁଦ୍ଧ ବିମାନରୁ ୪ଶହ କିଲୋମିଟର ପର୍ଯ୍ୟନ୍ତ ଟାର୍ଗେଟ ହିଟ କରିପାରିବାର କ୍ଷମତା ରଖିଛି।

ଘଣ୍ଟା ପ୍ରତି ୩ହଜାର ୪ଶହ କିଲୋମିଟରରୁ ୩ହଜାର ୭ଶହ କିଲୋମିଟର ବେଗରେ ଗତି କରିପାରୁଥିବା ସୁପରସୋନିକ କ୍ରୁଜ଼ ମିଜାଇଲ ବ୍ରହ୍ମସକୁ ୨୦୦୬ ମସିହାରୁ ପ୍ରତିରକ୍ଷା ବିଭାଗରରେ ବ୍ୟବହାର କରାଯାଇଛି। ଏହାର ଲମ୍ବ ୮.୪ ମିଟର, ମୋଟେଇ ୦.୬ ମିଟର ଓ ଓଜନ ୩ ହଜାର । ଏହା ଭାରତର ବ୍ରହ୍ମପୁତ୍ର ନଦୀ ଓ ରୁଷର ମସ୍କଭା ନଦୀର ନାମ ଅନୁସାରେ ଏହାର ନାମ କରାଯାଇଛି।।

ସମ୍ବନ୍ଧିତ ଖବର