ମାଓବାଦୀଙ୍କ ବର୍ବର କାଣ୍ଡ: ସୁପରଭାଇଜରକୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: କିଛିଦିନର ନୀରବତା ପରେ ପୁଣି ରକ୍ତମୁଖା ହୋଇଛନ୍ତି ମାଓବାଦୀ। ରାସ୍ତା କାମ ଚାଲିଥିବା ବେଳେ ସଶସ୍ତ୍ର ନକ୍ସଲ ପହଂଚି ପ୍ରଥମେ ସୁପ୍ରଭାଇଜରକୁ ହତ୍ୟା ତାପରେ ସେଠାରେ ଲଂକାକାଣ୍ଡ ଭିଆଇଥିଲେ। ସୁପରଭାଇଜରକୁ ହତ୍ୟା ତା ପରେ ରାସ୍ତା କାମରେ ନିୟୋଜିତ ୪ ଟି ଗାଡି ଜାଳିଦେଲେ ମାଓବାଦୀ।

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ମୋଡେନାର ଗାଁ ନିକଟରେ ମାଓବାଦୀଙ୍କ ବର୍ବର କାଂଣ୍ଡ କରିଛନ୍ତି। ରାସ୍ତା କାମକୁ ବିରୋଧ କରି ରାସ୍ତା କାମରେ ନିୟୋଜିତ ସୁପରଭାଇଜରକୁ ଗୁଳି କରି ହତ୍ୟା କଲେ ମାଓବାଦୀ। ମୃତ ସୁପରଭାଇଜର ନାଁ ସନ୍ଦୀପ। ରାସ୍ତା କାମରେ ନିୟୋଜିତ ଗୋଟିଏ ଟିପ୍ପର, ଦୁଇଟି ଟ୍ରାକ୍ଟର ଏବଂ ଗୋଟିଏ ବାଇକକୁ ଜାଲିଦେଇଛନ୍ତି। ଘଟଣାସ୍ଥଳରେ ମାଓ ପୋଷ୍ଟର ଛାଡିଛନ୍ତି ମାଓବାଦୀ।

ରାସ୍ତା କାମ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଧମକ ଦିଆଯାଇଛି ଏହି ପୋଷ୍ଟରରେ। ଏହି ହିଂସାକାଣ୍ଡରେ ଶତାଧିକ ସଶସ୍ତ୍ର ମହିଳା ଏବଂ ପୁରୁଷ ମାଓବାଦୀ ସାମିଲ ଥିଲେ ବୋଲି ସୂଚନା ମିଳିଛି। ଏହି ରାସ୍ତା କାମକୁ ସ୍ଥାନୀୟ ଲୋକ ସହଯୋଗ ନ କରିବାକୁ ଧମକ ଦେଇଛନ୍ତି ମାଓବାଦୀ। ଏହି ଘଟଣା ପରେ ପୋଲିସ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

ସମ୍ବନ୍ଧିତ ଖବର