ରାଉରକେଲା: ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି) ପରିସରସ୍ଥ ଏନ୍ଏସ୍ପିସିଏଲ୍ ପାଣି ପାଇପ୍ ଫାଟିଯିବାରୁ ବିର୍ସା ମୁଣ୍ଡା ଛକ ଭାସିଥିଲା। ପ୍ରାୟ ୩ ଘଣ୍ଟା ଧରି ବିର୍ସା ମୁଣ୍ଡା ଛକ ଚତୁଃପାର୍ଶ୍ବରେ କାରଖାନାରୁ ଆସୁଥିବା ଗୋଳିଆ ପାଣି ଜମି ରହିଥିଲା। ପଥଚାରୀଙ୍କୁ ଯାତାୟତରେ ନାହିଁ ନଥିବା ଅସୁବିଧାରେ ସମ୍ମୁୀଖୀନ ହୋଇଥିଲେ। ବିର୍ସା ମୁଣ୍ଡା ଛକ ସହର ପ୍ରମୁଖ ଜନଗହଳିପୂର୍ଣ୍ଣ ଛକ ହୋଇଥିବାରୁ ଦୁଇ ଚକିଆ ଯାନ ଓ ପଥଚାରୀମାନେ ଚଳପ୍ରଚଳ ଏକପ୍ରକାର ବନ୍ଦ ହୋଇଯାଇଥିଲା। ପ୍ରାୟ ୩ ଘଣ୍ଟା ପରେ କର୍ମଚାରୀମାନେ ଏନ୍ଏସ୍ପିସିଏଲ୍ ଫାଟିଥିବା ପାଣି ପାଇପକୁ ମରାମତି କରିବାରେ ସକ୍ଷମ ହୋଇଥିଲେ।କାରଖାନା ଭିତରକୁ ପାଣି ଆସିବା ବନ୍ଦ ହେବା ପରେ ବିର୍ସା ମୁଣ୍ଡା ଛକରେ ଯାତାୟତ ସ୍ବାଭାବିକ ହୋଇଥିଲା। କାହିଁକି ଓ କେଉଁ ପରିସ୍ଥିତିରେ ଏନ୍ଏସ୍ପିସିଏଲ୍କୁ ଯାଇଥିବା ପାଣି ପାଇପ୍ ଫାଟିଲା, ତା’ ତଦନ୍ତ କରାଯାଉଛି।
ଫାଟିଲା ପାଇପ୍, ଭାସିଲା ବିର୍ସା ମୁଣ୍ଡା ଛକ
/sambad/media/post_attachments/wp-content/uploads/2024/03/24bd16d0-cf73-4cbe-a780-ab317bb739e7.jpeg)