ଲକ୍‌ଡାଉନ୍‌ରେ ଗରିବଙ୍କୁ ସାହା ହେଉଛନ୍ତି ସୁପ୍ରିମ କୋର୍ଟ ବରିଷ୍ଠ ଆଇନଜୀବୀ

ଆନ୍ଧ୍ରପ୍ରଦେଶରେ ଦୁଇ ଶହ ଶ୍ରମିକଙ୍କକୁ ମିଳିଲା ସହାୟତା

ଜଗତସିଂହପୁର: କରୋନା ଭାଇରସ ପାଇଁ ଲକ୍‌ଡାଉନ୍ ସମୟରେ ଗରିବ ଲୋକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ସୁପ୍ରିମ କୋର୍ଟ ବରିଷ୍ଠ ଆଇନଜୀବୀ ତଥା ଏଆଇସିସି ରାଜ୍ୟ ସଂଯୋଜକ ଡ. ସୁଶାନ୍ତ କୁମାର କାନୁନଗୋ । ପ୍ରତିଦିନ ବାଲିକୁଦା-ଏରସମାର ବିଭିନ୍ନ ଅଂଚଳ ବୁଲି ଗରିବ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚାଉଛନ୍ତି । ମୁଖ୍ୟତଃ ନହରଣା, କୁସୁପୁର, ବୋରିକିନା, ଅଳାବୋଳ, ବାହାରଣା, ଥାଇଳୋ ପଂଚାୟତ ଯାଇ ସଚେତନ କରିବା ସହ ମାସ୍କ, ସାନିଟାଇଜର, ସାବୁନ୍‌, ଖୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି ।

ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଅଧୀନ ନରସିଂହପଲ୍ଲୀଠାରେ ଏକ କମ୍ପାନିରେ ବାଲିକୁଦା-ଜଗତସିଂହପୁର ସମେତ ଅନ୍ୟ ଜିଲ୍ଲାର ପ୍ରାୟ ୬୦ ଜଣ ଶ୍ରମିକ ଫସି ରହିଛନ୍ତି । କମ୍ପାନି ବନ୍ଦ ହୋଇ ଯିବା କାରଣରୁ ସେମାନେ ଆର୍ଥିକ ସଙ୍କଟ ଓ ଖାଦ୍ୟର ଅଭାବ ଦେଇ ଗତି କରୁଥିଲେ । ସେଠରେ ବାଲିକୁଦାର କାମ କରୁଥିବା ବିନୋଦ ମହାନ୍ତି ଏନେଇ ସୁପ୍ରିମ କୋର୍ଟ ଆଇନଜୀବୀ ତଥା ଏଆଇସିସି ରାଜ୍ୟ ସଂଯୋଜକ ଡ. ସିଶାନ୍ତ କୁମାର କାନୁନଗୋଙ୍କ ଦୃଷ୍ଟିକୁ ଆଣିଥିଲେ । ଡ. କାନୁନଗୋ ଏନେଇ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନନ୍ଦନ, ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡି, ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ କେ. ନିବାସ ଏବଂ କମ୍ପାନିର କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବା ପରେ ସେମାନଙ୍କୁ ଖାଦ୍ୟ ସାମଗ୍ରୀ ସହ ମେଡିକାଲ୍ କିଟ୍ ଯୋଗାଇ ଦିଆଯାଇଛି ।

ସମ୍ବନ୍ଧିତ ଖବର