ଖୋର୍ଦ୍ଧା: ସହ ଗତ ୧ ମାସ ଧରି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ନେଇ ଚାଲଥିବା କ୍ଲଷ୍ଟର ଓବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପରେ ବୁଧବାର ଜିଲ୍ଲାସ୍ତରୀୟ ସୁରଭି ମହୋତ୍ସବ ଅନୁଷ୍ଠିତ ହୋଇଛି। ଏଥିରୁ କୃତୀ ଛାତ୍ରଛାତ୍ରୀମାନେ ଆସନ୍ତା ୧୪ରୁ ୧୬ ତାରିଖ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ।

Advertisment

ସ୍ଥାନୀୟ ବକ୍ସି ଜଗବନ୍ଧୁ ବିଦ୍ୟାଧର ସରକାରୀ ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବକୁ ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବାନଥ ତରାଇ ସଂଚାଳନ କରିଥିଲେ। ଅତିଥି ଭାବେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶରତ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସ୍ନିଗ୍ଧା ମିଶ୍ର, ଡ ଅମ୍ରିତା ପ୍ରୀତିନନ୍ଦ, ଖୋର୍ଦ୍ଧା ବ୍ଲକ ଶିକ୍ଷାଧିକାରୀ ସଂଧ୍ୟାରାଣୀ ରାଉତ, ବିଜେବି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଭାକର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହାପରେ ୧୦ଟି ବ୍ଲକ, ୪ ପୌରାଞ୍ଚଳର ଓ ଭୁବନେଶ୍ବର ମହାନଗର ନିଗମରୁ ଚୟନ ହୋଇଆସିଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧଲିଖନ, ଚିତ୍ରାଙ୍କନ, ଦେଶାତ୍ମକବୋଧକ ସଂଗୀତ ଗାନ, ସୁନ୍ଦର ହସ୍ତାକ୍ଷର, ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ଆଦି ପ୍ରତିଯୋଗିତା ହୋଇଥିଲା।

ଅପରାହ୍‌ଣ ଉଦ୍‌ଯାପନୀ ଓ ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀରାଣୀ ଗୁମାନସିଂହ, ଜିଲ୍ଲା ପରିଷଦ ଉପସଭାପତି ଗୋପିନାଥ ମହାରଣା, ଡାଏଟ୍‌ ଅଧ୍ୟକ୍ଷ ତାପସ କୁମାର ନାୟକ, ଏସ୍‌ସିଏସ୍‌ଟି ସଂଯୋଜକ ସୁନୀତା ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରତିଯୋଗିତା‌ର କୃତୀ ଛାତ୍ରଛାତ୍ରୀମାନେ ହେଲେ, କନିଷ୍ଠବର୍ଗରେ, ଆଶୁତୋଷ ପ୍ରଧାନ, ଟିକିରାଣୀ ଦାସ, ଦେବସ୍ମିତା ପଣ୍ଡା, ସୌମ୍ୟଜିତ ବେହେରା। ବରିଷ୍ଠବର୍ଗରେ ସୁଶୀଲ କୁମାର ନାୟକ, ସୀତାକାନ୍ତ ସାହୁ, ଆଙ୍କାକ୍ଷା ଆୟୁଷୀ ବଳ, ସୁନୀଲ କୁମାର ନାୟକ, ସ୍ଥିତିପ୍ରଜ୍ଞା ନାୟକ, ରଣବୀର ସିଂହ। କାର୍ଯ୍ୟକ୍ରମକୁ ଶିବ ପ୍ରସାଦ ମହାପାତ୍ର, ପ୍ରହ୍ଲାଦ ବାରିକ, ପ୍ରସନ୍ନ କୁମାର ଶ୍ରୀଚନ୍ଦନ, ପ୍ରସନ୍ନ ମହାପାତ୍ର, ଅଗାଧୁ ସେଠୀ, ମୃତ୍ୟୁଞ୍ଜୟ ମହାପାତ୍ର, ମମିତା ସାହୁ, ଭାଗ୍ୟଶ୍ରୀ ମହାପାତ୍ର, ପୂର୍ଣ୍ଣଲକ୍ଷ୍ମୀ ମହାରଣା, ରବିନାରାୟଣ ସାହୁ, ରବିନାରାୟଣ ପଣ୍ଡା, ପ୍ରଦ୍ୟୁମ୍ନ ମିଶ୍ର, ବିଭୂ ପ୍ରସାଦ ସେନାପତି ପ୍ରମୁଖଙ୍କ ସହ ବିଇଓ, ଏବିଇଓ, ସିଆର୍‌ସି ମାନେ ପରିଚାଳନା କରିଥିଲେ।