ଦନ୍ତେୱାଡା ପୁଲିସର ବଡ ସଫଳତା : ଆତ୍ମସମର୍ପଣ କଲେ ୮ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲା ପୁଲିସ ନିକଟରେ ୮ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ୮ ଜଣ ନକ୍ସଲଙ୍କ ମଧ୍ୟରୁ ୫ ଲକ୍ଷ ପୁରସ୍କାର ରାଶି ଘୋଷିତ ୪ ଜଣ ମାଓ କ୍ୟାଡର ରହିଛନ୍ତି।

ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଅଭିଷେକ ପଲ୍ଲବଙ୍କ ସମ୍ମୁଖରେ ଏହି ଦୁର୍ଦାନ୍ତ ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି। ଦନ୍ତେୱାଡା ପୁଲିସକୁ ଏହା ଏକ ବଡ ସଫଳତା ବୋଲି କୁହାଯାଇଛି। ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ମଧ୍ୟରୁ ୨ ଲକ୍ଷ ପୁରସ୍କାର ରାଶି ଘୋଷିତ ନକ୍ସଲ ସୁରେଶ ଅୟାମୀ,୧ ଲକ୍ଷ ପୁରସ୍କାର ରାଶି ଘୋଷିତ ଏଲଓସି ସଦସ୍ୟ ଯୋଗୀ ମାଡବୀ,୧ ଲକ୍ଷ ପୁରସ୍କାର ରାଶି ଘୋଷିତ ମିରତୁର ଏଲଓସି ସଦସ୍ୟ ପ୍ରଦୀପ କାବାସି,୧ ଲକ୍ଷ ପୁରସ୍କାର ରାଶି ଘୋଷିତ ମିଲିସିଆ ପ୍ଲାଟୁନ ଡେପୁଟି କମାଣ୍ଡର ସୁଲେ କାବାସିଙ୍କ ସମେତ ମାଟା କାବାସୀ,ବାମନ କାବାସି,ସନ୍ନୁ କାବାସୀ ଓ ଲଚ୍ଛୁ ତାତି ରହିଛନ୍ତି।

ଆତ୍ମସମର୍ପଣ କରିଥିବା ସମସ୍ତ ନକ୍ସଲଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ନକ୍ସଲ ସଂଗଠନରେ ଭେଦଭାବ,ନିର୍ଯାତନା ବଢୁଥିବାରୁ ଏମାନେ ଆତ୍ମସମର୍ପଣ କରିଥିବା କହିଥିଲେ। ସରକାରଙ୍କ  ତରଫରୁ ଆରମ୍ଭ କରାଯାଇଥିବା ଆତ୍ମନିର୍ଭରଶୀଳ ନୀତି ଦ୍ବାରା ସେମାନେ ପ୍ରଭାବିତ ହୋଇଥିବା କୁହାଯାଇଛି।  ପ୍ରଶାସନ ତରଫରୁ ସମସ୍ତଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ତାଲିମ ପ୍ରଦାନ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର