ପୁଲିସ ନିକଟରେ ଆତ୍ମସମର୍ପଣ କଲା ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେଵାଡା ଜିଲ୍ଲା ପୁଲିସ ନିକଟରେ ଜଣେ ମାଓବାଦୀ ଆତ୍ମସମର୍ପଣ କରିଛି।ଦନ୍ତେଵାଡା ଜିଲ୍ଲାର କୁଆକୁଣ୍ଡ ଥାନାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଅଭିଷେକ ପଲ୍ଲବଙ୍କ ନିକଟରେ ବେଟ୍ଟି ମାରକାମ ନାମକ ନକ୍ସଲ ଆତ୍ମସମର୍ପଣ କରିଛି।

ଦନ୍ତେଵାଡା ପୁଲିସ ତରଫରୁ ଆରମ୍ଭ କରାଯାଇଥିବା ଲୋନ ବର୍ଟାଟୁ(ଘରକୁ ଫେରିଆସ) ଅଭିଯାନରେ ବହୁ ନକ୍ସଲ ଆତ୍ମସମର୍ପଣ କରିସାରିଲେଣି।ମାଓବାଦୀ ପାର୍ଟିରେ ଆଉ କୌଣସି ଲକ୍ଷ୍ୟ ଏବଂ ଉଦେଶ୍ୟ ନେଇ କାର୍ଯ୍ୟ କରାଯାଉ ନଥିବା ବେଳେ ନିରୀହ ଲୋକଙ୍କୁ ହତ୍ୟା କରାଯାଉଛି। ବେଟ୍ଟି ମାରକାମ ନାମରେ ବହୁ ନକ୍ସଲ ହିଂସା ରହିଥିବା କୁହାଯାଇଛି। ତେବେ ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ଖୁସିରେ କଟାଇବ ବୋଲି ସେ କହିଛି। ମାରକାମ ନାମରେ ୧୦ ହଜାର ଟଙ୍କା ପୁରସ୍କାର ରାଶି ରହିଥିଲା। ତେବେ ପୁଲିସ ତରଫରୁ ମାରକାମକୁ ଆତ୍ନନିର୍ଭରଶୀଳ କରାଯିବା ସହ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର