ଟେଲିସେବା ଯୋଗାଇବାକୁ ବେଶ ଆଗ୍ରହୀ ଆନ୍ଧ୍ର, ୭ ଗାଁରେ ଘରୋଇ ଟେଲି ସେବା ପ୍ରଦାନକାରୀ ସଂସ୍ଥାର ସର୍ଭେ

କୋରାପୁଟ: କୋଟିଆ ଗ୍ରାମପୁଞ୍ଜରେ ଟେଲିସେବା ଯୋଗାଇବାକୁ ବେଶ ପ୍ରୟାସ କରୁଛି ଆନ୍ଧ୍ର ସରକାର। ଆଜି ଏକ ଘରୋଇ ଟେଲି ସେବା ପ୍ରଦାନକାରୀ ସଂସ୍ଥା ପକ୍ଷରୁ ଫାଟୁ ସିନେରୀ, ଫଗୁଣ ସିନେରୀ, ହରମାଣ୍ଡିଙ୍ଗି, ସଲପଗୁଡା, କଣାଦୋରା, ଡୋଲିଆମ୍ଭ ଓ ମାଡକାରରେ ଅନାଧିକାର ପ୍ରବେଶ କରି ଜିଓ ଟ୍ୟାଗିଂ କରି ଫେରିଥିବା ଜଣାପଡିଛି। ଫାଟୁସିନେରୀ ପଟୁ ଦେଇ ଏକ ୪ଜଣିଆ ଟିମ୍‌ ଏକ ଇନୋଭାରେ ଆସି ଫେରିଥିବା ଜଣାପଡିଛି। ତେବେ ସବୁ ଗାଁରୁ ଗାଁକୁ ଦୂରତା ଅଧିକ ରହିଥିବାରୁ ଏହି ଗାଁ ଗୁଡିକରେ ଟେଲି ସେବା ପ୍ରଦାନ କରି ଲୋକଙ୍କୁ ନିଜ ଆଡକୁ ଟାଣିବାକୁ ପ୍ରୟାସ କରିଛି ଆନ୍ଧ୍ର ସରକାର।

Sambad

ତେବେ ସରକାରୀ ସଂସ୍ଥା ଯଥା ବିଏସଏନଏଲ ଏଥିରୁ ବାଦ ପଡିଥିବା ଜଣାପଡିଛି। ଏହି ୪ ଜଣିଆ ଟିମରେ ମାନ୍ୟମ ଜିଲ୍ଲା ଘରୋଇ ଟେଲି ସେବା ପ୍ରଦାନକାରୀ ସଂସ୍ଥାର ସାଧାରଣ ପରିଚାଳକ(ମାକେଟିଂ), ଅତିରିକ୍ତି ସଧାରଣ ପରିଚାଳକ (ମାକେଟିଂ) ଓ ଦୁଇଜଣ ବୈଷିୟିକ ଟିମ ସଦସ୍ୟ ରହିଥିବା ଜଣାପଡିଛି। ତେବେ ଏହି ଗାଁ ଗୁଡିକର ନିର୍ଦ୍ଧିଷ୍ଟ ସ୍ଥାନରେ ଜିଓ ଟ୍ୟାଗ କରିଥିବାବେଳେ ୫ଟି ଗାଁରେ ସରକାରୀ ଜାଗା ଓ ୨ଟି ଗାଁରେ ଘରୋଇ ଜାଗାକୁ ଚିହ୍ନଟ କରି ଫେରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର