ହାଟଡିହି: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ମରୈଗାଁରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଶେଷକୃତ୍ୟ ପାଇଁ ଶ୍ମଶାନକୁ ନିଆଯାଇଥିବା ବେଳେ ଜୁଇ ଉପରେ ଶବ ହଲିବାରୁ ମୃତଦେହକୁ ପୁଣି ଡାକ୍ତରଖାନା ନିଆଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।
ଗ୍ରାମର ଶଙ୍କର୍ଷଣ ପଣ୍ଡା ନାମକ ଜଣେ ଯୁବକ ସେହି ଗାଁରେ ବିବାହ କରିଥିଲେ। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିରହିବାରୁ କିଛିବର୍ଷ ହେଲା ଉଭୟ ଅଲଗା ରହୁଥିଲେ। ଗତକାଲି ରାତିରେ ଶଙ୍କର୍ଷଣଙ୍କ ମୃତ୍ୟୁ ଘଟିଥିଲା। ଆଜି ସକାଳୁ ପରିବାର ଲୋକେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନା ନେଉଥିବା ବେଳେ ବାଟରୁ ଫେରାଇ ଆଣି ଶ୍ମଶାନକୁ ଶେଷକୃତ୍ୟ ପାଇଁ ନେଇଥିଲେ। ଜୁଇରେ ଶବ ହଲିବାରୁ ଯୁବକ ଜଣଙ୍କ ବଞ୍ଚିଥିବା ଭାବି ପରିବାର ଲୋକେ ପୁଣି ତାଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ଗାଁରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/2b24a7bf-c1a4-48d1-9a13-33c862b8be31.jpg)