ନୟାଗଡ଼: ନୟାଗଡ଼ରେ ମତଦାନ ବିଭ୍ରାଟ ଓ ଅନୁପସ୍ଥିତିକୁ ନେଇ ନୟାଗଡ଼ ଜିଲ୍ଲାପାଳ ଏନ. ଥିରୁମାଲା ନାଏକ ୮ଜଣ ପୋଲିଂ କର୍ମଚାରୀଙ୍କୁ ଶୁକ୍ରବାର ନିଲମ୍ବିତ କରିଛନ୍ତି। ଏଥିରେ ୨ ପ୍ରିଜାଇଡିଂ ଅଫିସର, ୨ ସେକ୍ଟର ଅଧିକାରୀ ଓ ୪ ପୋଲିଂ ଅଧିକାରୀ ସାମିଲ ଅଛନ୍ତି।
ସୂଚନାଯୋଗ୍ୟ, ନୟାଗଡ଼ର ୨୧୦ ଓ ୨୨୨ ନମ୍ବର ବୁଥ୍ରେ ମତଦାନ ହୋଇ ପାରି ନ ଥିଲା। ଇଭିଏମ୍ ମେସିନ୍ ଅଦଳବଦଳରେ ତ୍ରୁଟି ପାଇଁ ୪ ଅଧିକାରୀ ନିଲମ୍ବିତ ହୋଇଥିବା ବେଳେ କାର୍ଯ୍ୟରେ ଯୋଗ ଦେଇ ନ ଥିବାରୁ ଅନ୍ୟ ଚାରିଜଣଙ୍କୁ ନୟାଗଡ଼ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି।
/sambad/media/post_attachments/wp-content/uploads/2019/04/images-1-9.jpg)
ଅନ୍ୟପକ୍ଷରେ ଆଜି ମଧ୍ୟ ବରଗଡ଼ ଜିଲ୍ଲାପାଳ ୬ଜଣ ପୋଲିଂ କର୍ମଚାରୀଙ୍କ ମଧ୍ୟରୁ ୩ ଜଣ ପ୍ରିଜାଇଡିଂ ଅଫିସର ଓ ୩ଜଣ ସେକ୍ଟର ଅଫିସରଙ୍କୁ ନିଲମ୍ବତ କରିଥିଲେ। ସେମାନେ ହେଲେ ୧୧୫ ନମ୍ବର ବୁଥର ପ୍ରିଜାଇଡିଂ ଅଫିସର ରାତମ୍ ସେଠୀ ଓ ୧୧୬ ନମ୍ବର ବୁଥର ସେକ୍ଟର ଅଫିସର ପ୍ରଦୀପ ପ୍ରଧାନ। ଏମାନଙ୍କ ବ୍ୟତୀତ ଅନ୍ୟ ୪ଜଣଙ୍କ ହେଲେ ୬୮ନମ୍ବର ବୁଥର ପ୍ରିଜାଇଡିଂ ଅଫିସର ଉମାଶଙ୍କର ପାଣିଗ୍ରାହୀ, ୬୮ନଂ ବୁଥର ସେକ୍ଟର ଅଫିସର ମନୋରଞ୍ଜନ ପାଣିଗ୍ରାହୀ। ସେହିପରି ଦାୟିତ୍ୱରେ ଅବହେଳା କରିଥିବା ୨୩୫ନମ୍ବର ବୁଥର ପ୍ରିଜାଇଡିଂ ଅଫିସର ପ୍ରିୟବ୍ରତ ସାହୁ ଓ ୨୩୫ ନମ୍ବର ବୁଥର ସେକ୍ଟର ଅଫିସର ପ୍ରଶାନ୍ତ ସେଠୀଙ୍କୁ ବି ବରଗଡ଼ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/2018041357.jpg)