ନିଲମ୍ବିତ ଆରଆଇ ଗିରଫ

ଢ଼େଙ୍କାନାଳ: ଓଡ଼ପଦା ତହସିଲ ଗଦାଶିଲା ଆର ଆଇ କାର୍ଯ୍ୟାଳୟର ଭାରପ୍ରାପ୍ତ ଆର ଆଇଙ୍କୁ ଟାଉନ ଥାନା ପୁଲିସ ଗିରଫ କରିଛି।

ସୂଚନା ଅନୁଯାୟୀ, ଗଦାଶିଲା ଆର ଆଇ କାର୍ଯ୍ୟାଳୟର ଭାରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ଭାବେ ଆର ଆଇ ରଞ୍ଜନ କୁମାର ପାଣିଗ୍ରାହୀ କାର୍ଯ୍ୟ କରୁଥିଲେ। ତେବେ କାର୍ଯ୍ୟାଳୟ ଭିତରେ ଅନୈତିକ କାର୍ଯ୍ୟ କରୁଥିବା ଭିଡିଓ ଭାଇରାଲ ହେବା ପରେ ଜିଲ୍ଲାପାଳ ତାଙ୍କୁ ନିଲମ୍ବନ କରିବା ସହ ଘଟଣାର ତଦନ୍ତ ଦାୟିତ୍ୱ ଓଡାପଡା ତହସିଲଦାରଙ୍କୁ ଦେଇଥିଲେ।

ଏହି ଘଟଣାରେ ଭାଇରଲାରେ ଥିବା ମହିଳା ଗତ ଦୁଇ ଦିନ ତଳେ ଟାଉନ ଥାନାରେ ଏତଲା ଦେଇ ଥିଲେ। ଏ ସମ୍ପର୍କ ରେ ଟାଉନ ଥାନାରେ ୧୬୩୨୧ରେ ଏକ ମାମଲା ରୁଜୁ ହୋଇ ଥିଲା। ତେବେ ଟାଉନ ଥାନା ପୁଲିସ କୌଣସି ସୂତ୍ରରୁ ଖବର ପାଇ ଟାଉନ ଥାନା ଅଧିକାରୀ ନମିତା ନାୟକଙ୍କ ନେତୃତ୍ୱରେ ଢେଙ୍କାନାଳ କାଲଟାକ୍ସ ଠାରେ ଥିବା ଏକ ଲଜରେ ଆଜି ସକାଳୁ ଚଢ଼ାଉ କରିଥିଲା।

ସେଠାରେ ରଞ୍ଜନ ପୁଲିସକୁ ଦେଖି ଦଉଡି ପଳାଇ ଯିବା ବେଳେ ହାଟ ରୋଡ ଠାରେ ତାକୁ କାବୁ କରାଯାଇଥିଲା।.ତାକୁ ଗିରଫ କରି ଥାନାକୁ ଆଣି ଥିବା ଶ୍ରୀମତୀ ନାୟକ ସୂଚନା ଦେଇଛନ୍ତି   ।ଚଢ଼ାଉରେ ଏ ଏସ ଆଇ ରସାନନ୍ଦ ନାୟକ ଗୋବିନ୍ଦ ରାଉଳ ଓ ପୁଲିସ କର୍ମଚାରୀ ସାମିଲ ଥିଲେ।

ସମ୍ବନ୍ଧିତ ଖବର