ମୋହନା ଥାନା ପରିସରରୁ ଅଭିଯୁକ୍ତ ଫେରାର ଘଟଣାରେ ୪ଜଣ ପୁଲିସ କର୍ମଚାରୀ ନିଲମ୍ବନ

ପାରଳାଖେମୁଣ୍ଡି: ମୋହନା ଥାନା ପରିସରରୁ ଜଣେ ଅଭିଯୁକ୍ତ ଗଞ୍ଜେଇ ମାଫିଆ ଫେରାର ହେବା ଓ ପୁଲିସ ତାର ଟେର ନ ପାଇବା ଭଳି ଘଟଣା ସାମ୍ନାକୁ ଆସିଛି। ତେବେ କର୍ତ୍ତବ୍ୟରେ ଅବହେଳା ଯୋଗୁ ଗଜପତି ଏସପି ତପନ ପଟ୍ଟନାୟକ ୪ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ବୋଲି  ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୀତାରାମ ଶତପଥୀ ସୂଚନା ଦେଇଛନ୍ତି।

ନିଲମ୍ବିତ ହୋଇଥିବା କର୍ମଚାରୀମାନେ ହେଉଛନ୍ତି କନଷ୍ଟେବଳ ବିଶ୍ୱଜିତ୍ ସାଗର, ଉମାକାନ୍ତ ସାଗର ଏବଂ ହୋମଗାର୍ଡ ଦୁର୍ଯ୍ୟାଧନ କାର୍ଜି ଓ ଶେଖର ପ୍ରସାଦ ନାୟକ।

ସୂଚନା ଅନୁଯାୟୀ, ଏନଡିପିଏସ୍ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ସନାତନ କରାଡ ଗତ ୧୩ ତାରିଖ ସକାଳୁ ମୋହନା ଥାନାରୁ ଚମ୍ପଟ ମାରିଛି। ଆସାମୀ ଫେରାର ଘଟଣାରେ ସୁରକ୍ଷା ବ୍ୟବସ୍ଥା ଢିଲା ଓ ଦାୟିତ୍ୱହୀନତା ପାଇଁ ଦୁଇ ଜଣ କନଷ୍ଟେବଳ ସମେତ ଦୁଇ ଜଣ ହୋମଗାର୍ଡଙ୍କୁ ନିଲମ୍ବିତ କରାଯାଇଥିବା ସୁଚନା ଦେଇଛନ୍ତି ଏଏସପି। ଆସାମୀ ଫେରାର ଘଟଣାରେ ମୋହନା ଥାନା କେସ ନଂ ୧୨୦/୨୦୨୦ରେ ଏକ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର