ରାୟଗଡ଼ା: ରାୟଗଡା ଜ଼ିଲ୍ଲାରେ ଯୁବ ସଂକଳ୍ପ ଦିବସ ଉପଲକ୍ଷେ ସ୍ୱାବଲମ୍ବୀ ଭାରତ ଅଭିଯାନ ଓ ତତ୍ସହିତ ଜିଲ୍ଲା ସ୍ୱରୋଜଗାର ସହାୟତା କେନ୍ଦ୍ର ଆନୁକୁଲ୍ୟରେ ଏକ ବିସ୍ତୃତ ସଚେତନତା ଏବଂ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଅଛି। ଜ଼ିଲ୍ଲାର ୪ଟି ମହାବିଦ୍ୟାଳୟ ଯଥା ଜିଷ୍ଟ ଓ ରିତମ ଯାନ୍ତ୍ରିକ ମହାବିଦ୍ୟାଳୟ, ରାୟଗଡା ସ୍ୱୟଂଚାଳିତ ମହାବିଦ୍ୟାଳୟ, ରାୟଗଡା ମହିଳା ମହାବିଦ୍ୟାଳୟର ୧୫୦ ଜଣ ଛାତ୍ର ଛାତ୍ରୀ, ଜିଲ୍ଲା ଭିନ୍ନକ୍ଷମ ସଙ୍ଘର ୩୦ ଜଣ ଦିବ୍ୟାଙ୍ଗ, କିନ୍ନର ସଂଘରୁ ୫ଜଣ କିନ୍ନର ଭଉଣୀ ଏବଂ ୪୦ଜଣ ଉଦ୍ୟୋଗୀ ହେବା ପାଇଁ ଇଚ୍ଛା ରଖୁଥିବା ଯୁବକ, ଯୁବତୀ, ପୁରୁଷ ଏବଂ ମହିଳା, ବିବିଧ କ୍ଷେତ୍ରରୁ ଯଥା ଭାରତୀୟ ମଜଦୁର ସଙ୍ଘ, ଭାରତୀୟ ଜନତା ପାର୍ଟି, ସକ୍ଷମ, ସେବାଭାରତୀ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ବିଶ୍ୱ ହିନ୍ଦୁ ପରିଷଦର ୨୫ଜଣ ଉପସ୍ଥିତ ଥିଲେ।
ରାୟଗଡା ଜ଼ିଲ୍ଲାର ୩ଜଣ ଉଦ୍ୟୋଗୀଙ୍କୁ ସମ୍ମାନିତ କରାଜାଇଥିଲା।ସେମାନେ ହେଲେ ବିଏସସି ଚାଇୱାଲା, କୋଲନାରା ବ୍ଲକର ଉଦ୍ୟମି ଚାଷୀ ଦୁଃଖୀ ହୁଇକା ଏବଂ ଆନ୍ତର୍ଜାତୀୟ ସଫ୍ଟ୍ ଓ ବେସ ବଲ୍ ଖେଳାଳି କୁମାରୀ ପ୍ରଶାନ୍ତି ହୁଇକା।କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସ୍ୱାବଲମ୍ବି ଭାରତ ଅଭିଯାନର ଅଖିଳ ଭାରତୀୟ ଅଧିକାରୀ ଅନ୍ନଦା ପ୍ରସାଦ ପାଣିଗ୍ରାହୀ, ଜ଼ିଲ୍ଲା ସ୍ୱାବଲମ୍ବୀ ଭାରତ ଅଭିଯାନ ର ପରାମର୍ଶଦାତା ଡକ୍ଟର ବାଦଲ ତା, ପ୍ରାନ୍ତୀୟ ପ୍ରଭାରୀ-ସ୍ୱାବଲମ୍ବୀ ଭାରତ ଅଭିଯାନ ଦୀପକ କୁମାର ରାଉତ, ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ବିକାଶ ଚନ୍ଦ୍ର ବାଇନ ଏବଂ ୟୁନିଅନ ବ୍ୟାଙ୍କ୍ ର ବରିଷ୍ଠ ପରିଚାଳକ ଉପସ୍ଥିତ ରହି ଅଂଶଗ୍ରହଣକାରୀଙ୍କୁ ମାର୍ଗଦର୍ଶନ କରିଥିଲେ।ଜ଼ିଲ୍ଲା ସ୍ୱାବଲମ୍ବି ଭାରତ ଅଭିଯାନର ସମନ୍ୱୟକ ବିଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏବଂ ଜ଼ିଲ୍ଲା ସ୍ୱାବଲମ୍ବୀ ଭାରତ ଅଭିଯାନ ର ସହସମନ୍ୱୟକ ଶ୍ୟାମ କୁମାର ଦାଶଙ୍କ ପରିଚାଳନାରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ଅନୁଷ୍ଠିତ ହୋଇଥିଲା।
ଜିଲ୍ଲାର ଯୁବକ ଯୁବତୀ କିପରି କେବଳ ଚାକିରି ପଛରେ ନଯାଇ ସ୍ୱାବଲମ୍ବୀ ହେବେ ତାହା ଏହି କାର୍ଯ୍ୟକ୍ରମ ର ମୂଳଲକ୍ଷ୍ୟ ଥିଲା।କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟା ଭୂଷଣ ପଣ୍ଡା, ଆନନ୍ଦ ରାଓ, ଏମ ବିଦ୍ୟା ସାଗର, ବସନ୍ତ ଉଲ୍ଲାକା, ପଦ୍ମନାଭ ଦାଶ, ଯୋଗେଶ୍ୱର ଦାଶ,ଟି. ନାଗରାଜୂ, ରାଜେଶ ପାଣିଗ୍ରାହୀ, ଆଲୋକ ମହାନ୍ତି, ଜୟରାମ ବର୍ମା, ସ୍ନିଗ୍ଧା ତୋଫାଦାର, ମଞ୍ଜୁଳା ମିନିଆକା, ଝରଣା ମହାନ୍ତି ,ରଞ୍ଜନା ଉପାଧ୍ୟାୟ, ରାକେଶ ହିମିରିକା, ଜଳେନ୍ଧ୍ର ବାଚେଲି,ସନ୍ତୋଷ ମହାପାତ୍ର, ଗଣେଶ ସାହୁ, ଗୌରାଙ୍ଗ ଚନ୍ଦ୍ର ନାୟକ,ଅରୁଣ ଲେଙ୍କା ପ୍ରମୁଖ ସହଯୋଗ କରିଥିଲେ।ପରବର୍ତୀ ସମୟରେ ଜ଼ିଲ୍ଲାରେ ସ୍ୱାବଲମ୍ବୀମାନଙ୍କୁ ବହୁଗୁଣିତ କରିବା ଲକ୍ଷରେ ସ୍ୱାବଲମ୍ବୀ ଭାରତ ଅଭିଯାନ କାମ କରିବ ଯାହା ଡକ୍ଟର ବାଦଲ କୁମାର ତା ସୂଚନା ଦେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/Rgda-Yuba-sankalp-Divas-3.jpg)