ବାଲେଶ୍ୱର: ଯୁବ ସ୍ୱାଭିମାନ ଦିବସ ଅବସରରେ ବାଲେଶ୍ୱର ସହର ଆକତପୁରସ୍ଥିତ କେଟି ମେରାଇନ ସିଁସ୍ଥା ପକ୍ଷରୁ ବୁଧବାର ଏକ ମେଗା ରକ୍ତଦାନ ଶିବିର ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। କେଟି ମେରାଇନର ପ୍ରୋପାଇଟର ହାଜି ଏମଡି ମୋଇନୁଲ ଇସଲାମ୍‌ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରକୁ ବାଲେଶ୍ୱର ଜିଲ୍ଲାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ନୀଲୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ।

Advertisment

publive-image

ଅନ୍ୟତମ ଅତିଥି ଭାବେ କେଟି ମେରାଇନର ପ୍ରତିଷ୍ଠାତା ତାଇବୁନ ଇସଲାମ, ବାଲେଶ୍ୱର ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ମହେଶ କୁମାର ବିଶ୍ୱାଳ, ଆମଜାତ ହୁସେନ, ନିଶାତ ଆଫ୍ରିନ, ଶେଖ କମରୁଦ୍ଦିନ, ଶେଖ ନସିମ ଅଖତର, ନିୟାଜୁଦ୍ଦିନ ଖାଁ, ମହମ୍ମଦ ଇଫତେଖାର ହୁସେନ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ କରୋନା ମହାମାରୀ ଏବଂ ଲଘୁଚାପଜନିତ ବର୍ଷା ଭଳି ପ୍ରତିକୂଳ ପରିସ୍ଥିତରେ ସବୁ ପ୍ରକାର ଗାଇଡଲାଇନକୁ ଅନୁପାଳନ କରି ଏତେ ବଡ଼ ରକ୍ତ ଦାନ ଶିବିର ଶୃଙ୍ଖଳିତ ଢଙ୍ଗରେ ଆୟୋଜନ କରାଯାଇଥିବାରୁ ଆୟୋଜକଙ୍କୁ ଭୂୟସୀ ପ୍ରଶଂସା କରିଥିଲେଯ ଏହି ଶିବିରରୁ ୨୧୯ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

publive-image

ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ବିଶ୍ୱାଳ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଟେକ୍ନିସିଆନ ଦେବାଶିଷ ଦତ୍ତ, ଅକ୍ଷୟ କୁମାର ଜେନା, ବିଜୟ କୁମାର ପଟ୍ଟନାୟକ, ଜ୍ୟୋତିଷ ପ୍ରଧାନ, ଭାଗିରଥି ମାଝୀ, ସାୟଦ ଦିଲଦାର, ବିନୋଦ ବିହାରୀ ଦାସ, ବିଦ୍ୟାଧର ସାହୁ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ମୁସ୍ତାଫିଜ ହୁସେନ ଖାଁ, ଶେଖ ନୌସାଦ, ଶେଖ ଜିଆଉଲ୍ଲ ହୁସେନ, ପ୍ରତାପ କୁମାର ଦାସ, ମିରଦ୍ଦୁଲ ଜାଚାକ, ସଦାଶିବ ସାହୁ, ଅର୍ଜୁନ ଓଝା, ନିହାର ରଞ୍ଜନ ମହାପାତ୍ର, ସରୋଜ କୁମାର ଷଡଙ୍ଗୀ, ଅଜିତ ଷଡଙ୍ଗୀ,ସରୋଜ ନାୟକ, ସେକ ଆନସାର(ଚିଂଟୁ), ଶୁଭ୍ରାଂଶୁ ବେହେରା, ମୁକ୍ତାର ଅହମ୍ମଦ, ସେକ ଜମାଲ, ସେକ ଜହାପନା, ମହମ୍ମଦ ଜୁନେଦ ଇସଲାମ, ନବେଦ ଇସଲାମ, ଦିବାକର ମହାନ୍ତି, ସେକ ସଲିମ ଶିବିରକୁ ପରିଚାଳନା କରିଥିଲେଯ ସେକ ନସିମ, କ୍ଷୀତିଶ ଚନ୍ଦ୍ର ସାହୁ, କରଣ ପ୍ରତାପ ସିଂ, ସମ୍ବାଦର ଚାନ୍ଦିପୁର ପ୍ରତିନିଧି ବିବେକାନନ୍ଦ ଦାସ ଓ ଆମ ଓଡ଼ିଶାର ଉତ୍ତର ଓଡ଼ିଶା ସଂସ୍କରଣ ସହଯୋଗୀ ଲକ୍ଷ୍ମୀଧର ବାରିକ୍‌ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପ୍ରତ୍ୟେକ ରକ୍ତଦାତାଙ୍କୁ ସଂସ୍ଥା ପକ୍ଷରୁ ମାସ୍କ ଓ ସାନିଟାଇଜର ବଣ୍ଟା ଯାଇଥିଲା। କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ଏମଡ଼ି ଇସଲାମ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। କୋଭିଡ ନିୟମ ଅନୁଯାୟୀ ଏହି ଶିବିର ଅନୁଷ୍ଠିତ ହୋଇଥିଲା।