ଧଉଳି ନିକଟରୁ ସ୍ବିଗି ଡେଲିଭରି ବୟଙ୍କୁ ଅପହରଣ, ଥାନାରେ ମାମଲା ରୁଜ୍ଜୁ

ଭୁବନେଶ୍ବର : ଖାଦ୍ୟ ଯୋଗାଣ କମ୍ପାନି ସ୍ବିଗିରେ ଡେଲିଭରି ବୟ ଭାବେ କାମ କରୁଥିବା ପତିତବପାବନ ପୃଷ୍ଟିଙ୍କୁ କେତେକ ଦୁର୍ବୁତ୍ତ ଆକ୍ରମଣ କରି ଅପହରଣ କରିନେଇଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱର ଉତ୍ତରା ଛକ ନିକଟରେ ତାଙ୍କୁ ଅପହରଣ କରାଯାଇଥିବା କଥା ଗତ ରାତିରେ ଫୋନ ଯୋଗେ ସ୍ତ୍ରୀଙ୍କୁ ଜଣାଇଥିଲେ ପତିତପାବନ । କିଛି ଲୋକ ଛୁରୀରେ ଆକ୍ରମଣ କରିବା ସହ ଫୋନ ଓ ଟଙ୍କା ଛଡ଼ାଇ ନେଇଯାଇଥିବାବେଳେ ପାଖରେ ଥିବା ଆଉ ଏକ ଫୋନରୁ ସେ ସ୍ତ୍ରୀଙ୍କୁ ଏକଥା ଜଣାଇଥିଲେ । ଏହାପରେ ତାଙ୍କ ପରିବାର ଲୋକ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ।  ଗତକାଲି ରାତି ୧୦ଟାରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ଏହାପରେ ପରିବାର ଲୋକଖୋଜା ଖୋଜି  ଚଲାଇଥିଲେ ବି ଏଯାଏଁ ପତିତପାବନଙ୍କ ପତ୍ତା ମିଳୁନି । ପତିତପାବନ ଯେଉଁ ଫୋନରେ ସ୍ତ୍ରୀଙ୍କୁ କଲ କରିଥିଲେ ସେହି ନମ୍ବର ବି ବନ୍ଦ ଅଛି । ଅନ୍ୟପକ୍ଷରେ ଦୟା ପୋଲ ଉପରେ ପତିତପାବନଙ୍କ ଚପଲ ଓ ଏକ ଛୁରୀ ପଡ଼ିଥିବା ସୂଚନା ମିଳିଛି।

ଏହି ଘଟଣାକୁ ନେଇ ପରିବାର ଲୋକେ ଧଉଳି ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର