ବାଲିଅନ୍ତା ତହସିଲ ଅମିନ ପଜିଟିଭ, ସପ୍ତାହେ ସିଲ
ବାଲିଅନ୍ତା: ବାଲିଅନ୍ତା ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ଅମିନ ଆଜି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ ଚିହ୍ନଟ ପରେ ସେ ଗୃହ ସଂଗରୋଗରେ ଚିକିତ୍ସାଧୀନ ଅଛନ୍ତି। ସେହିପରି ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୩ ଜଣ କର୍ମଚାରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟ ଖରାପ ହୋଇପଡ଼ିଛି। ତେଣୁ ସେମାନଙ୍କୁ କୋଭିଡ ପରୀକ୍ଷା ପାଇଁ ହସ୍ପିଟାଲ ପଠାଯାଇଥିବା ଜଣାପଡ଼ିଛି। ହେଲେ ସନ୍ଦିଗ୍ଧ କର୍ମଚାରୀମାନଙ୍କ ସ୍ବାବ ପରୀକ୍ଷା ରିପୋର୍ଟ ଏଯାଏ ଆସିନଥିବାରୁ ସେମାନେ କରୋନା ପଜିଟିଭ କି ନେଗେଟିଭ ତାହା ସ୍ପଷ୍ଟ ହୋଇପାରି ନାହିଁ। ଅନ୍ୟପକ୍ଷରେ ତହସିଲ କାର୍ଯ୍ୟାଳୟରେ କରୋନା ପଶିବା ପରେ କାର୍ଯ୍ୟାଳୟ ଏକ ସପ୍ତାହ ପାଇଁ ସିଲ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ତେଣୁ ଏନେଇ ବାଲିଅନ୍ତା ତହସିଲଦାର ସରୋଜ କୁମାର ପଣ୍ଡା ଅଧିକ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି। ଅଗ୍ନିଶମ ସେବାକେନ୍ଦ୍ର କର୍ମଚାରୀଙ୍କୁ ଡକାଇ କାର୍ଯ୍ୟାଳୟ ପରିସର ସାନିଟାଇଜ ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି। ତହସିଲରେ ସଂକ୍ରମଣ ଦୃଷ୍ଟିରୁ ଅଫଲାଇନ କାଗଜପତ୍ର ବନ୍ଦ କରାଯାଇଥିଲେ ହେଁ ଅନଲାଇନ ମାଧ୍ୟମରେ ଲୋକମାନଙ୍କ ଅଭିଯୋଗ ଶୁଣାଣି ଚାଲିବ ବୋଲି କହିଛନ୍ତି। ସେହିପରି ମୋ ସରକାର କକ୍ଷ ମୋବାଇଲ ନମ୍ବରରେ ଲୋକମାନେ କଲ କରି କିମ୍ବା ମେସେଜ କରି କର୍ମଚାରୀଙ୍କୁ ଅଭିଯୋଗ ଜଣାଇବେ ଓ ଅନଲାଇନ ବ୍ୟବସ୍ଥା ମାଧ୍ୟମରେ ମାମଲାର ଫଇସଲା ହେବ ବୋଲି କହଛନ୍ତି।