ହଜିଗଲା ମାନବିକତା, ମୃତଦେହକୁ ଛୁଇଁଲେନି ପରିବାର ଲୋକ

ଗନ୍ଦିଆ: ହଜିଗଲା ମାନବିକତା | କରୋନାରେ ମୃତ୍ୟୁ ବରଣ କରିଥିବା ମହିଳାଙ୍କୁ ଛୁଇଁଲେନି ପରିବାର ଲୋକ | ତେଣୁ ସ୍ଥାନୀୟ ତହସିଲଦାରଙ୍କ ହସ୍ତକ୍ଷେପ ଫଳରେ ଉଠିଲା ଶବ | ଏପରି ଅଭାବନୀୟ ଘଟଣା ଘଟିଛି ଗନ୍ଦିଆ ବ୍ଲକ ଅନ୍ତର୍ଗତ ପିଙ୍ଗୁଆ ଗ୍ରାମରେ ଉକ୍ତ ଗ୍ରାମର ଗଙ୍ଗାଧର ବେହେରାଙ୍କର ପତ୍ନୀ ସାବିତ୍ରୀ ବେହେରା |

ଚଳିତ ମାସ ୨୨ ତାରିଖରେ ତାଙ୍କର କରୋନା ପଜିଟିଭ ବୋଲି ଜଣାପଡିଥିଲା | ତେଣୁ ସେ ନିଜ ଘରେ ହୋମ କ୍ଵାରାଣ୍ଟିନରେ ରହି ଚିକିସ୍ଥିତ ହେଉଥିଲେ | କିନ୍ତୁ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା | ତାଙ୍କର ମୃତ ଦେହକୁ ଚାରି କାନ୍ଧ ଦେବାପାଇଁ ପରିବାର ଲୋକେ କେହି ଆସିନଥିଲେ |

ଖବର ପାଇ ସ୍ଥାନୀୟ ତହସିଲଦାର ଆଶିଷ ରଞ୍ଜନ ସାହୁ, ପିଙ୍ଗୁଆ ଗ୍ରାମର ନନ୍ଦ କିଶୋର ନାୟକ, ଆନନ୍ଦ ନାୟକ, ଜ୍ଞାନରଞ୍ଜନ ସିଂ ଓ ଅନ୍ୟ କିଛି ସମାଜସେବୀମାନଙ୍କ ସହଯୋଗରେ ଶବକୁ ଘରୁ ଉଦ୍ଧାର କରି ଶବ ଦାହ କରାଯାଇଥିଲା |

ସମ୍ବନ୍ଧିତ ଖବର