ଜୟପୁର: ମୁଣ୍ଡରେ ମାଡ଼ ବାଜିଥିବା ରୁକଧର ନିଶାଡଙ୍କୁ ଗତ କାଲି ରାତିରେ ଜୟପୁର ଜିଲ୍ଲା ମୁଖ୍ୟଚିତ୍ସାଳୟକୁ ଆଣି ଜଣେ ବ୍ୟକ୍ତି ଭର୍ତ୍ତି କରିଥିଲେ। ଯେଉଁ ବ୍ୟକ୍ତି ସାଙ୍ଗରେ ଆଣି ଭର୍ତ୍ତି କରାଇଥିଲେ ସେ ଏବେ ଗାଏବ ହୋଇଯାଇଛନ୍ତି। ଅପରପକ୍ଷରେ ଉନ୍ନତ ଚିକିତ୍ସା ପାଇଁ ଉକ୍ତ ବ୍ୟକ୍ତିଙ୍କୁ କୋରାପୁଟ ସହିଦଲକ୍ଷ୍ମଣ ନାୟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବାର ରହିଛି।
ତେବେ ଉକ୍ତ ବ୍ୟକ୍ତିଙ୍କ ସାଙ୍ଗରେ କେହି ନଥିବାରୁ କିଭଳି ସ୍ଥାନାନ୍ତର କରାଯିବ ସେ ନେଇ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ପ୍ରଶାସନ ଚିନ୍ତାରେ ପଡ଼ିଛନ୍ତି। ତେବେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଡିଏଚଏଚ୍ ପକ୍ଷରୁ ବଡଡାକ୍ତରଖାନା କୋରାପୁଟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଆଡମିସନ୍ କରାଇଥିବା ବ୍ୟକ୍ତି ଜଣକ କାହିଁକି ଛାଡ଼ି ପଳାଇଲେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/30-2.jpg)