ପାରାଦୀପରେ ଟ୍ରଲର ବୁଡ଼ିବା ଘଟଣା: ମତ୍ସ୍ୟଜୀବୀ ଲକ୍ଷ୍ମୀଧର ଦାସଙ୍କ ମୃତଦେହ ଉଦ୍ଧାର

ପାରାଦୀପ: ସ୍ଥାନୀୟ ନେହରୁ ବଙ୍ଗଳା ନିକଟ ମହାନଦୀ ମୁହାଣରେ ଦୁଇ ଦିନ ପୂର୍ବରୁ ଟ୍ରଲର ବୁଡ଼ିବା ଘଟଣାରେ ନିଖୋଜ ଥିବା ମତ୍ସ୍ୟଜୀବୀ ଲକ୍ଷ୍ମୀଧର ଦାସଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ଗଭୀର ସମୁଦ୍ରରୁ ମାଛଧରି ଫେରୁଥିବା ବେଳେ ମହାନଦୀ ମୁହାଣରେ ଟ୍ରଲର ବୁଡ଼ିଯିବାରୁ ଲକ୍ଷ୍ମୀଧରଙ୍କ ସମେତ ୩ ଜଣ ମତ୍ସ୍ୟଜୀବୀ ନିଖୋଜ ଥିଲେ। ପୂର୍ବରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।

ସୂଚନା ଅନୁସାରେ ଏକ ମାଛଧରା ଟ୍ରଲର ନେଇ ପାରାଦୀପ ଅଞ୍ଚଳର ୫ ଜଣ ମତ୍ସ୍ୟଜୀବୀ ମଙ୍ଗଳବାର ଗଭୀର ସମୁଦ୍ର ଭିତରକୁ ପ୍ରବେଶ କରିଥିଲେ। ମାଛଧରା କାମ ଶେଷ କରିବା ପରେ ସେମାନେ ଅରପରାହ୍ଣରେ ଘର ଅଭିମୁଖେ ଫେରୁଥିଲେ କିନ୍ତୁ ସ୍ଥଳ ଭାଗରେ ପହଂଚିବା ପୂର୍ବରୁ ସେମାନଙ୍କ ଟ୍ରଲର ନେହରୁ ବଙ୍ଗଳା ନିକଟସ୍ଥ ମହାନଦୀ ମୁହାଣରେ ବୁଡ଼ିଯାଇଥିଲା। ଟ୍ରଲର ବୁଡ଼ିବାର କାରଣ ଜଣାପଡ଼ି ନ ଥିଲା। ମାତ୍ର ସତର୍କମୂଳକ ଭାବେ ଏହାକୁ ଚଳାଯାଇ ନ ଥିବାରୁ ବୁଡ଼ି ଯାଇଥିବାର ଅନୁମାନ କରାଯାଉଥିଲା। ସୂଚନା ମିଳିବା ପରେ ତଟରକ୍ଷୀ ବାହିନୀ ନିଖୋଜମାନଙ୍କୁ ଖୋଜି ବାହାର କରିବାକୁ ଉଦ୍ୟମ କରିଥିଲା।

ସମ୍ବନ୍ଧିତ ଖବର