ଗଭୀର ସମୁଦ୍ରରୁ ଫେରୁଥିବା ବେଳେ ମହାନଦୀ ମୁହାଣରେ ବୁଡ଼ିଗଲା ଟ୍ରଲର, ୩ ମତ୍ସ୍ୟଜୀବୀ ନିଖୋଜ

ପାରାଦୀପ: ଗଭୀର ସମୁଦ୍ର ଭିତରୁ ଫେରୁଥିବା ବେଳେ ମହାନଦୀ ମୁହାଣରେ ମଙ୍ଗଳବାର ଅପରାହ୍ଣରେ ମାଛଧରା ଟ୍ରଲର ବୁଡ଼ିଯାଇଛି। ମାଛଧରା ଟ୍ରଲର ବୁଡ଼ିଯିବାରୁ ଏଥିର ଥିବା ୫ ଜଣ ମତ୍ସ୍ୟଜୀବୀ ବୁଡ଼ି ଯାଇଥିଲେ କିନ୍ତୁ ଏମାନେ ସମସ୍ତେ ପାଣିରେ ଚିତ୍କାର କରୁଥିବା ବେଳେ ନିକଟରେ ଥିବା ଅନ୍ୟ ଏକ ଟ୍ରଲର ଦ୍ୱାରା ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ୩ ଜଣ ମତ୍ସ୍ୟଜୀବୀଙ୍କର ପତ୍ତା ମିଳିପାରି ନାହିଁ। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୂଚନା ଅନୁସାରେ ପାରାଦୀପ ଅଞ୍ଚଳର ୫ ଜଣ ମତ୍ସ୍ୟଜୀବୀ ଆଜି ଏକ ମାଛଧରା ଟ୍ରଲର ନେଇ ସମୁଦ୍ର ଭିତରକୁ ପ୍ରବେଶ କରିଥିଲେ। ମାଛଧରା କାମ ଶେଷ କରି ମତ୍ସ୍ୟଜୀବୀମାନେ ଅପରାହ୍ଣରେ ଘର ଅଭିମୁଖେ ଫେରୁଥିଲେ କିନ୍ତୁ ସ୍ଥଳ ଭାଗରେ ପହଂଚିବା ପୂର୍ବରୁ ସେମାନଙ୍କ ଟ୍ରଲର ନେହରୁ ବଙ୍ଗଳା ନିକଟସ୍ଥ ମହାନଦୀ ମୁହାଣରେ ବୁଡ଼ିଯାଇଥିଲା। ଟ୍ରଲର ବୁଡ଼ିବାର କାରଣ ଜଣାପଡ଼ି ନାହିଁ। ମାତ୍ର ସତର୍କମୂଳକ ଭାବେ ଏହାକୁ ଚଳାଯାଇ ନ ଥିବାରୁ ବୁଡ଼ି ଯାଇଥିବାର ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର