ଯାଜପୁରରେ ୧୨୩ ଫୁଟର ଶିବମୂର୍ତ୍ତି ପାଇଁ ପହଞ୍ଚିଲା ନମୁନା ମୂର୍ତ୍ତି

ଯାଜପୁରସଦର: ଯାଜପୁର ସହର ମଧ୍ୟରେ ପ୍ରତିଷ୍ଠା ହେବ ୧୨୩ ଫୁଟର ଶିବମୂର୍ତ୍ତି। ଏହା ଓଡ଼ିଶାର ସବୁଠାରୁ ଉଚ୍ଚତମ ମୂର୍ତ୍ତି ଭାବେ ପରିଗଣିତ ହେବ। ଯାଜପୁର ସହରର ବରାହ ମନ୍ଦିର ପଛ ପାର୍ଶ୍ବରେ ଚାଲିଥିବା ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟକ୍ରମରେ ଏହାକୁ ସାମିଲ କରାଯିବ। ଏହାର ନିର୍ମାଣ ଦାୟିତ୍ବ ପୂର୍ତ୍ତ ବିଭାଗକୁ ଦିଆଯାଇଥିବା ବେଳେ ଏଥିପାଇଁ ଏକ ନମୁନା ପ୍ରତିକୃତି ଯାଜପୁରରେ ପହଞ୍ଚିଛି। ଯାହାକୁ ଲକ୍ଷ୍ୟ କରାଯାଇ ୧୨୩ ଫୁଟ ଉଚ୍ଚତାର ବିଶାଳ ଶିବମୂର୍ତ୍ତି ନିର୍ମାଣ କରାଯିବ। ଆଜି ଏହିମୂର୍ତ୍ତି ପହଞ୍ଚିବା ପରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ‌ରାଠୋର, ପୌରଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ପ୍ରମୁଖ ଏହାର ପରିଦର୍ଶନ କରିଥିଲେ। ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ଯାଜପୁର ପର୍ଯ୍ୟଟନରେ ଏକ ନୂଆ ଅଧ୍ୟାୟ ଯୋଡ଼ିହେବ।

ସମ୍ବନ୍ଧିତ ଖବର