ରାଉରକେଲା: ପାନପୋଷ ତାଲୁକ ଲିଗାଲ ସର୍ଭିସ କମିଟି ପକ୍ଷରୁ ବିରଜାପାଲି ନୂଆ କୋର୍ଟ ପରିସରରେ ତାଲୁକ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ତଥା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଡକ୍ଟର ଭି. ସୁଜାତା ଅଧ୍ୟକ୍ଷତା କରିଥିଲେ। ଦ୍ବିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ମନୋଜ କୁମାର, ସିଭିଲ୍ ଜଜ୍ (ସିନିୟର ଡିଭିଜନ୍) ସାବିତ୍ରୀ ନାୟକ, ଏସ୍ଡିଜେଏମ୍ ଅରୋଲିପି ପରିଜା, ସିଜେ (ଜେଡି) ଚରଣ କୁମାର ଜେନା, ଜେଏମ୍ଏଫ୍ସି ସୌରଭ ଶର୍ମା, ଉମାକାନ୍ତ ବେହେରା ପ୍ରମୁଖ ବିଭିନ୍ନ ମାମଲାର ବିଚାର କରିଥିଲେ। ୧୩ଟି ମୋଟରଯାନ ଦୁର୍ଘଟଣା ସମ୍ପର୍କିତ ମାମଲାର ଫଇସଲା ହୋଇଥିଲା।
ବିଭିନ୍ନ ବୀମା କମ୍ପାନୀକୁ ମୋଟ ୫୩ ଲକ୍ଷ ୪୩ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ୧୪ଟି ଚେକ୍ ବାଉନ୍ସ ମାମଲା ଫଇସଲା କରାଯାଇ ୨୨ ଲକ୍ଷ ୯୫ ହଜାର ୪୭୭ ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ୬ଟି ପାରିବାରିକ ମାମଲାର ଫଇସଲା ହୋଇଥିଲା। ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର, ଡ. ଚୌଧୁରି, ବି.ଏନ୍. ପଢ଼ୀହାରି, ଅମୂଲ୍ୟ ମହାପାତ୍ର, ନିର୍ମଳ ସ୍ବାଇଁ, ପି. ପାତ୍ର, ମନୋଜ ପଟ୍ଟନାୟକ, ସମୀର ପ୍ରଧାନ, ପବିତ୍ର ଜେନା ପ୍ରମୁଖ ମାମଲା ପରିଚାଳନାରେ ସହଯୋଗ କରିଥିଲେ।