ଟାଙ୍ଗୀ ତହସିଲ ଅଫିସର ଜିପ୍‌ ଦୁର୍ଘଟଣାଗ୍ରସ୍ତ, ୪ କମ;ଚାରୀ ଗୁରୁତର

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲଦାରଙ୍କ ସରକାରୀ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ତହସିଲ ଅଫିସର ୪ ଜଣ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ କର୍ମଚାରୀମାନଙ୍କୁ ଉଦ୍ଧାର କରାଯାଇ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମିଳିଥିିବା ସୂଚନା ଅନୁଯାୟୀ, ଟାଙ୍ଗୀ ତହସିଲ ଅଫିସର ବରିଷ୍ଠ କିରାଣୀ ପୂର୍ଣ୍ଣଚନ୍ଦ୍ର ଦାଶ, କନିଷ୍ଠ କିରାଣୀ ଦିଗନ୍ତ ସେଠୀ, ପିଅନ କେଶବ ପ୍ରଧାନ ଓ ଡ୍ରାଇଭର ବସନ୍ତ ପାତ୍ର ଟାଙ୍ଗୀ ତହସିଲ କାର୍ଯ୍ୟାଳୟର କେତେକ ଜରୁରି କାଗଜପତ୍ର ସାଙ୍ଗରେ ନେଇ ତହସଲିଦାରଙ୍କ ୍‌ ଓଆର ୦୨ ଏଏନ ୪୮୪୮ ନମ୍ବର ବିଶିଷ୍ଟ ସରକାରୀ ଜିପ୍‌ରେ ଟାଙ୍ଗୀରୁ ଭୁବନେଶ୍ୱରୀ ଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପର ବଡ଼ପୋଖରିଆ- ରାମେଶ୍ୱର ଛକ ମଝିରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେଏଥିରେ ଥିବା ତହସିଲ ଅଫିସର ସମସ୍ତ କର୍ମଚାରୀ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର