ତୈଳ ଟ୍ୟାଙ୍କର ସହ ବାଇକର ମୁହାମୁହିଁ ଧକ୍କା, ବାଇକ ଜଳିଯିବା ସହ ୨ ଜଣଙ୍କ ମୃତ୍ୟୁ

ଆଠଗଡ଼: ଆଜି ଅପରାହ୍ନରେ ଆଠଗଡ଼ ଥାନା ଅନ୍ତର୍ଗତ ଆଠଗଡ଼- ଖୁଣ୍ଟୁଣୀ ରାସ୍ତାର କୁଲାଇଲୋ ତୋଟାପଡା ରାସ୍ତା ମଝିରେ ତୈଳ ଟାଙ୍କର ସହ ବାଇକ ଧକ୍କାରେ ବାଇକରେ ଥିବା ୨ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ପ୍ରକାଶ ଯୋଗ୍ୟ ଆଠଗଡରୁ ଖୁଣ୍ଟୁଣୀ ଯାଉଥିବା ହିନ୍ଦୁସ୍ଥାନ ପେଟ୍ରୋଲିୟମ ଟାଙ୍କର ସହ ଘଟଣାସ୍ଥଳରେ ବିପରୀତ ଦିଗରୁ ବାଇକରେ ଆସୁଥିବା ୨ ଜଣଙ୍କ ସହ ମହାମୁହିଁଁ ଧକ୍କା ହୋଇଯାଇଥିଲା। ଧକ୍କାରେ ବାଇକରେ ଥିବା ୨ ଜଣ ଆରୋହୀ ରାସ୍ତା ଉପରେ ଫୋପାଡ଼ି ହୋଇପଡ଼ିବା ସହ ବାଇକଟି ଜଳି ଯାଇଥିଲା।

ଖବର ପାଇଁ ଆଠଗଡ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପୋଲିସ ତୈଳ ଟାଙ୍କରକୁ ଜବତ କରିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଛି। ମୃତକଙ୍କୁ ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଛି। ମୃତକ ହେଲେ ଖୁଣ୍ଟୁଣୀର ଦୋଳ ଗୋବିନ୍ଦ ନାଏକଙ୍କ ପୁତ୍ର ପ୍ରକାଶ ନାଏକ ଓ ଖୁଣ୍ଟୁଣୀ ରମ୍ପ୍ରେଇର ପ୍ରହଲ୍ଲାଦ ନାୟକଙ୍କ ପୁତ୍ର ପ୍ରଦୀପ ନାୟକ। ଆଠଗଡ ପୁଲିସ ୧୩୫/୨୧ରେ ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ରଖିଛି।

ସମ୍ବନ୍ଧିତ ଖବର