ଗଞ୍ଜାମ: ଓଲଟି ପଡ଼ିଲା ଗ୍ୟାସ ବୋଝେଇ ଟ୍ୟାଙ୍କର

ଗଞ୍ଜାମ: ଆଜି ସକାଳେ ବିଶାଖାପାଟଣାରୁ ବ୍ରହ୍ମପୁର ଯାଉଥିବା ବେଳେ ପୂର୍ବ ବଳରାମପୁର ଫାଟକ ନିକଟରେ ଭାରସାମ୍ୟ ହରାଇ ଏକ ଗ୍ୟାସ ବୋଝେଇ ଟ୍ୟାଙ୍କର ଓଲଟି ପଡ଼ିଛି। ଏଥିପାଇଁ ଅନ୍ୟ ଦୁର୍ଘଟଣା ଘଟିବା ଆଶଙ୍କାରେ ସେଠାରେ ଇଛାପୁର ଓ ଜରଡ଼ା ଥାନା ପୁଲିସ ପହଞ୍ଚିି ରାସ୍ତା ଅବରୋଧ କରିଛନ୍ତି। ସେହି ରାସ୍ତାରେ ଯାନବାହାନ ଚଳାଚଳ ଉପରେ ନିୟନ୍ତ୍ରଣ କରାଯାଇଛି। ସେହିପରି ଅଗ୍ନିକାଣ୍ଡ ଏଡାଇବା ପାଇଁ ପାତ୍ରପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ ଟ୍ୟାଙ୍କର ଉପରେ ପାଣି ବର୍ଷା କରୁଛି।

ସମ୍ବନ୍ଧିତ ଖବର