ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେଲେ ତାପସ୍ୱିନୀ ଓ ସୁମିତ

କଟକ: ବ୍ରହ୍ମପୁର ବହୁ ଚର୍ଚ୍ଚିତ ତାପସ୍ୱିନୀ ସୁମିତ ବିବାଦ ମାମଲା । ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ର ରେ ହାଜର ହେଲେ ତାପସ୍ୱିନୀ ଓ ସୁମିତ । ପ୍ରଥମ ଥର ଆଜି ଉଭୟ ମଧ୍ୟସ୍ଥତା କେନ୍ଦ୍ର ରେ ହାଜର ହେଲେ।ଉଭୟଙ୍କ ମଧ୍ୟ ରେ ମଧ୍ୟସ୍ତଥା ପାଇଁ କହିଲେ ହାଇକୋର୍ଟ। ମଧ୍ୟସ୍ଥତା କେନ୍ଦ୍ରରେ ପ୍ରଥମ ଦିନ ଆଲୋଚନା ଶେଷ । ତେବେ ଦୀର୍ଘ ୩ ଘଣ୍ଟା ର କାଉନସିଲିଙ୍ଗ ପରେ ପ୍ରଥମେ ମୁହାଁମୁହିଁ ଓ ପରେପରେ ପୃଥକ ପ୍ରଥକ ଭାବରେ ଆଲୋଚନା ହୋଇଥିଲା । ଉଭୟଙ୍କ ମଧ୍ୟ ସକାରାତ୍ମକ ଆଲୋଚନା ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି ଉଭୟ ପକ୍ଷଙ୍କ ଆଇନଜୀବୀ । ଆସନ୍ତା ୧୧ ରେ ପୁଣିଥରେ ଦୁଇ ଜଣ ମଧ୍ୟସ୍ଥତା କେନ୍ଦ୍ରରେ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ରହିଛି । ଏହାସହ ଆଶା କରୁଛି କାଉନସେଲିଂ ଦ୍ଵାରା ଆମ ସ୍ବାମୀ ସ୍ତ୍ରୀ ସମ୍ପର୍କରେ ସୁଧାର ଆସିବ ବୋଲି କହିଛନ୍ତି ତପସ୍ଵିନୀ ।

ସମ୍ବନ୍ଧିତ ଖବର