ସର୍ବପୁରାତନ ଦୁଇ ହାଇସ୍କୁଲର ରୁପରେଖ ପରିବର୍ତ୍ତନ କରିବା ମୋ ଲକ୍ଷ୍ୟ: ତାରାପ୍ରସାଦ ବାହିନୀପତି ବିଧାୟକ

ଜୟପୁର:ସହର ମଧ୍ୟରେ ରହିଥିବା ଦୁଇ ସର୍ବପୁରାତନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟର ରୁପରେଖର ସଂପୁର୍ଣ୍ଣ ପରିବର୍ତ୍ତନ କରିବା ମୋ ଲକ୍ଷ୍ୟ ବୋଲି କହିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ଆଜି ଅପରାହ୍ନରେ ଅଚାନକ ଭାବେ ସେ ଉଭୟ ବିଦ୍ୟାଳୟରେ ପହଚିଂ ଏହାର ତଦାରଖ କରିଥିଲେ। ପୂର୍ତ୍ତବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ.ଭାସ୍କର ଚନ୍ଦ୍ର ସାମନ୍ତରାୟଙ୍କ ସହ ସ୍କୁଲର ପ୍ରଧାନଶିୟତ୍ରୀ, ଅନ୍ୟ ଶିକ୍ଷକ ମାନେ ବି ଉପସ୍ଥିତ ରହିଥିଲେ। ପ୍ରଥମେ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟକୁ ଯାଇ ବିଦ୍ୟାଳୟର ସଂପୁର୍ଣ୍ଣ ଭିତ୍ତିଭୁମି, ଆନୁସଙ୍ଗିକ ସୁବିଧା, ଅସୁବିଧା ଗୁଡ଼ିକର ତଦାରଖ କରିଥିଲେ। ବହୁ ଶ୍ରେଣୀ ଗୃହ ଗୁଡ଼ିକର ଅବସ୍ଥା ଶୋଚନୀୟ। ଛାତ୍ରୀ ମାନେ ବ୍ୟବହାର କରିବା ପାଇଁ ରହିଥିବା ଶୌଚାଳୟକୁ ପାଣି ଠିକରେ ଯାଉନି। କମ୍ ସଂଖ୍ୟକ ରୁମରେ ସ୍କୁଲ ଚାଳିଛି। ଏସବୁ ଦେଖିବା ପରେ ସେ ଏହା ପରିସରରେ ୫୦୦ଜଣ ବସିବା ଭଳି ଅଡୋଟରିୟମ, ଛାତ୍ରାବାସ ନିର୍ମାଣ କରିବାକୁ ନିର୍ବାହୀଯନ୍ତ୍ରୀଙ୍କୁ କହିଥିଲେ।

ସେଭଳି ୪ଟି ସୁନ୍ଦର ଫାଟକ, ଶୌଚାଳୟ, ପୁରୁଣା କୋଠାର ପୁନଃରୁଦ୍ଧାର, ପାଚେରୀ ଉପରେ ଲୁହା ବାଡ଼ ଓ କଣ୍ଟା ଦେବା, ସ୍କୁଲରେ ନୂଆରେ ବିଦ୍ୟୁତିକରଣ କାମ ଆଦି କାମ କରାଯିବାକୁ ଯୋଜନା କରାଯାଇଥିଲା। ସେଭଳି ପୁରୁଣା ଏବଂ ପରିତ୍ୟକ୍ତ ଏବଂ ବିପଦସଂକୁଳ ଘର ଗୁଡ଼ିକୁ ଭାଙ୍ଗି ଦେଇ ସେଠାରେ ନୂଆ ଶ୍ରେୀଣୀ ଗୃହ ବି କରିବାକୁ ବିଧାୟକ ନିର୍ବାହୀଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ ସରକାରୀ ଉଚ୍ଚବିଦ୍ୟାଳୟକୁ ଯାଇଥିଲେ ବିଧାୟକ। ଏହା ପରିସରରେ ସଂପ୍ରତି କିଛି କାମ ଚାଳିଛି।

ବିଦ୍ୟାଳୟର ଜମିକୁ କିଛି ଜବରଦଖଲକାରୀ ମାଡ଼ି ବସିଥିବାରୁ ସେମାନଙ୍କୁ ହଟାଇବା ସହ ପାଚେରୀ ନିର୍ମାଣ କରାଯିବାକୁ ଯୋଜନା କରାଯାଇଥିଲା। ଚାଲିଥିବା ଶ୍ରେଣୀ ଗୃହ ପାର୍ଶ୍ବରେ ପାଣି ଜମା ହେଉଥିବାରୁ ଏହାର ନିଷ୍କାସନ କିଭଳି କରାଯାଇ ହେବ ସେ ଦିଗରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ବିଧାୟକ କହିଥିଲେ। ଏହା ପରିସରରେ ଏକ ହଜାର ଛାତ୍ରଛାତ୍ରୀ ବସିବା ଭଳି ଅଡିଟୋରିୟମ୍, ଛାତ୍ରଛାତ୍ରୀଙ୍କ ପାଇଁ ଅଲଗାଅଲଗାରେ ଶୌଚାଳୟ କରାଯିବାକୁ ନିର୍ବାହୀ ଯନ୍ତ୍ରୀଙ୍କୁ ବିଧାୟକ କହିଥିଲେ।

ସମ୍ବନ୍ଧିତ ଖବର