ମୋର ବନ୍ଧୁବାନ୍ଧବ ଏନଏଚ୍ କାମ କରୁଥିଲେ ମୁଁ ରାଜନୀତି ଛାଡି ଦେବି : ତାରା

ଜୟପୁର ନିର୍ବାଚନମଣ୍ଡଳୀର ସାମଗ୍ରୀକ ବିକାଶ ମୋର ଲକ୍ଷ୍ୟ:

ଜୟପୁର : ବିଜେଡିର ପ୍ରତିଷ୍ଠା ଦିବସରେ ନିର୍ବାଚନ ପର ଠାରୁ ମଂଚକୁ ଆସି ଭାଷଣ  ଦେଉନଥିବା  ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ମଂଚକୁ ଆସି ଭାଷଣ ଦେଇଥିଲେ। ସେ ନିର୍ବାଚନମଣ୍ଡଳୀର ବିକାଶ ଦିଗରେ ବିଧାୟକ ସମୟ ଦେବାକୁ କହିବା ସହ ବିଭିନ୍ନ ସମସ୍ୟା ଉପରେ  ବିଧାୟକଙ୍କୁ ପ୍ରଶ୍ନ କରିଥିଲେ। ତାହାର ପ୍ରତି ଉତ୍ତର ଆଜି କଂଗ୍ରେସର ପ୍ରତିଷ୍ଠା ଦିବ‌ସରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ରଖିଥିଲେ।

ଜୟପୁର ମାତୃ ଓ ଶିଶୁ ୱାର୍ଡ ଟାଉନହଲ ପାର୍ଶ୍ବ ଜମିରେ କରାଯିବାର ଯୋଜନା ଚାଳିଥିଲା ତାହାକୁ ବାତିଲ କରାଇ ଫୁଲବାଡରେ ଏହା କରାଯାଇଥିଲା । ଏହି ୨୭ଏକର ଜମିକୁ ପୂର୍ବରୁ ସିସୋର ଚିଠପଣ୍ଡ କଂପାନୀକୁ ଲିଜ୍ ଆକାରରେ ଦିଆଯାଇଥିଲା। ସିସୋରର ପରିଚାଳକ ଅଭିଯୁକ୍ତ ପ୍ରଶାନ୍ତ ଦାସ ‌ବିଚାରବିଭାଗୀୟ ହାଜତରେ ଥିବା ସମୟରେ ଏହି ଲିଜକୁ ବାତିଲ ବିଧାୟକ କରାଇଥିଲେ। ତା ପରେ ଏହି ଜମିକୁ ରାଜସ୍ବରୁ ଜିଲ୍ଲାସ୍ବାସ୍ଥ୍ୟ ବିଭାଗ ଅଧିନକୁ ଅଣାଯାଇଥିଲା ବୋଲି କହିଥିଲେ ବିଧାୟକ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କରିବା ପାଇଁ ସେ ପ୍ରାୟ ବର୍ଷକ କାଳ ଚିଠି ଦେବା ଠାରୁ ଆରମ୍ଭ କରି ବିଧାନସଭାରେ ପ୍ରଶ୍ନ ଉଠାଇବା , ସ୍ବାସ୍ଥ୍ୟ ମନ୍ତ୍ରୀଓ ମୁଖ୍ୟମନ୍ତ୍ରୀ, ମୁଖ୍ୟଶାସନ ସଚିବ, ସ୍ବାସ୍ଥ୍ୟ ସଚିବଙ୍କୁ ଭେଟିବା ପରେ କୋରାପୁଟରୁ ଜୟପୁର ସ୍ଥାନାନ୍ତର ହୋଇଛି ବୋଲି ବିଧାୟକ କହିଥିଲେ। ଦିନକ କିମ୍ବା ଓଳିଏରେ କୌଣସି କାମ ହୁଏ ନାହିଁ, ଏଥି ପାଇଁ କାଗଜପତ୍ର , ଚିଠି ଦିଆନିଆ ଆଦି କରାଯିବାକୁ ପଡ଼ିଥାଏ , ଏବଂ ଏଥି ପାଇଁ ମାସ ମାସ ସମୟର ଆବଶ୍ୟକତା ରହିଛି। ବୋରିଗୁମ୍ମା ଠାରୁ ବାରିଣୀପୁଟ ଜାତୀୟ ରାଜପଥ ପ୍ରଶସ୍ତିକରଣ କାମରେ ବିଧାୟକଙ୍କ ବନ୍ଧୁ ବାନ୍ଧବ ସଂପୃକ୍ତ ବୋଲି ପୂର୍ବତନ ମନ୍ତ୍ରୀ ଅଭିଯୋଗ କରିଥିଲେ। ଏହାକୁ ପ୍ରମାଣିତ କରି ଦେଖା‌ଇ ଦେଲେ ବିଧାୟକ ରାଜନିତୀ ଛାଡି ଦେବେ ବୋଲି ଘୋଷଣା କରିଥିଲେ। ବିଭାଗୀୟ ଅଧିକାରୀଙ୍କୁ ଡାକି ଏହାର ଯାଂଚ କଲେ ସବୁ ସ୍ପଷ୍ଟ ହେବ।  କେତେ ଦୁର କାମ ହୋଇଛି ଏବଂ କିଏ ଏହାର ଠିକା କାମ ନେଇଛି। ଆଇଟି ପାର୍କ ସେ ବିଞାନ ଓ ପ୍ରଯୁକ୍ତି ବିଦ୍ୟା କମିଟିର ଅଧ୍ୟକ୍ଷ ଥିବା ସମୟରେ ଜୟପୁରରେ କରାଯିବାର ଯୋଜନା କରିଥିଲେ ଏବଂ ତାହାର କାମ ଚାଳିଛି ବୋଲି କହିଥିଲେ ବିଧାୟକ। ବିଜେଡି ଓବିଜେପିର ନିର୍ବାଚନ ରାଲିରେ ଆଗଧାଡ଼ିରେ ରହୁଥିବା କର୍ମକର୍ତ୍ତା, ନେତା ମାନେ ହିଁ ଗଂଜେଇ ବ୍ୟବସାୟରେ ସଂପୃକ୍ତ। ଏବଂ ଏଥି‌ରୁ କିଛି ଗଂଜେଇ ବ୍ୟବସାୟୀ ବିଚାରବିଭାଗୀୟ ହାଜତରେ ବି ଅଛନ୍ତି, କଂଗ୍ରେସର କିଏ ଅଛନ୍ତି କି ବୋଲି ବିଧାୟକ ପ୍ରଶ୍ନ କରିଥିଲେ। ଗ୍ରାମାଂଚଳର ରାସ୍ତାଘାଟ, ପାନୀୟ ଜଳଯୋଗାଣ, ବିଦ୍ୟୁତ ସେବା ଆଦି ସେ ବିଧାୟକ ହେବା ପରେ କରି ଆସିଛନ୍ତି। ଜୟପୁର ପୌରପାଳିକାରେ ବିଜେଡିର ଜଣେ ଟାଣୁଆ ଠିକାଦାର ମାଧ୍ୟମରେ ବର୍ଷର ୬ମାସକୁ ଥରେ ସିମେଣ୍ଟ ରାସ୍ତା କରାଯାଉଥିବା ବେଳେ ସେହି ରାସ୍ତାକୁ ହିଁ ଆଉ ୬ମାସ ପରେ ପିଚୁ କରାଯାଇ  ପୌରପାଳିକାର ଟଙ୍କା ହରିଲୁଟ୍ କରାଯାଇଛି। ଉକ୍ତ ଟାଣୁଆ ଠିକାଦାର ଜଣକ ସହରର ସବୁ ସାହି, ଗଳିର ରାସ୍ତା କାମ ନେଇ କାମ କରି ନଥିଲେ। କାମ କରିବାକୁ କୁହାଯିବାରୁ ମାମଲାକୁ କୋର୍ଟରେ ନେଇ ଷ୍ଟେ କରିଥିଲେ। ସଂପ୍ରତି ଷ୍ଟେଭେକଟ ହୋଇଛି। ସେ ନିଜେ ବ୍ୟକ୍ତିଗତ ଭାବେ ବାରମ୍ବାର କଟକ ହାଇକୋର୍ଟକୁ ଯାଇ ଓକିଲଙ୍କ ସହ ବି ଆଲୋଚନା କରିଥିବା ବିଧାୟକ କହିଛନ୍ତି। ଜଗନ୍ନାଥସାଗରର ଉନ୍ନୟନ ପାଇଁ ୫କୋଟି, ନୀଳକଣ୍ଠ ସାଗର ପାଇଁ କୋଟି ଟଙ୍କା ଖର୍ଚ୍ଚ ସେ ବିଧାୟକ ହେବା ପୂର୍ବରୁ ହିଁ  କରାଯାଇଥିଲା। ଏହି ଟଙ୍କା ଖର୍ଚ୍ଚ କରି କରିବା ପୂର୍ବରୁ ଲୋକେ ଏହି ଦୁଇ ସାଗରରୁ  ଗାଧେଇବା, ପୂଜା କରିବା, ବାହା, ବ୍ରତ ଆଦିରେ ପାଣି ବ୍ୟବହାର କରୁଥିଲେ। ତେବେ ଏହାର କାମ ହେବା ପରେ ସଂପ୍ରତି ଏହାର ଅବସ୍ଥା ନିଶ୍ଚିତ ରୁପେ ସବୁ ସହରବାସୀ ଜାଣିଛନ୍ତି। ସେଭଳି ଅଡୋଟରିୟମ୍ ତିଆରି ହେବାର ମାସକ ମଧ୍ୟରେ ହିଁ ସବୁ ଗଳି ଯାଇଥିଲା। ଅବିଭକ୍ତ କେରାପୁଟ ଜିଲ୍ଲାର ହଜାରହଜାର ପିଲାଙ୍କୁ ଗୋଢ଼ି ତୋଳିଥିବା ବିକ୍ରମ ଦେବ ମହାବିଦ୍ୟାଳୟ ଅବ୍ୟବସ୍ଥାରେ ଚାଳିଥିଲା। ସେ ବିଶ୍ବବିଦ୍ୟାଳୟ କରିବାକୁ ପ୍ରୟାସ କରିବା ସମୟରେ ନିର୍ଦ୍ଦିଷ୍ଟ ବ୍ୟକ୍ତି ଜଣକ ଏହା କରିବାକୁ ଦେଇ ନଥିଲେ ବୋଲି ବିଧାୟକ ଅଭିଯୋଗ କରିଥିଲେ। ଏପରିକି ସେ ୪ଟି ସ୍ନାତକୋତ୍ତରରୁ ୧୬ଟି ସ୍ନାତକୋତ୍ତର ବୃଦ୍ଧି କରାଇବା ସହ ଛାତ୍ରୀ ଓ ଛାତ୍ରାବାସ , ନୂଆ ଶ୍ରେଣୀଗୃହ, ଲାଇବ୍ରେରୀ ଆଦି ନିର୍ମାଣ କରାଯାଇଛି। ଆଗାମୀ ଦିନରେ ଓଭରବ୍ରିଜ୍ ବି କରାଯିବ। ସେଭଳି ଏୟାରପୋର୍ଟର ବିକାଶ, ସ୍ପୋର୍ଟସ୍ କଂପ୍ଲେକ୍ସ, ନୂଆ ବସଷ୍ଟାଣ୍ଡ ଆଦି ତାଙ୍କ ପ୍ରଚେଷ୍ଟାରେ ହୋଇଛି ବୋଲି ବିଧାୟକ କହିଥିଲେ। କିଏ ଭଲ କିଏ ମନ୍ଦ, କିଏ ଦୁର୍ନିତୀଖୋର, କିଏ କେତେ ପିସି ନେଉଛନ୍ତି ଜୟପୁର ସହରବାସୀ, ନିର୍ବାଚନମଣ୍ଡଳୀବାସୀ ଭଲଭାବେ ଜାଣିଛନ୍ତି ।  ସେ ନିଜେ ଶିକ୍ଷା ବିଭାଗର ମନ୍ତ୍ରୀ ଥିବା ସମୟରେ ନେଇଥିବା ଭୁଲ ନିଷ୍ପତି ଯୋଗୁଁ ଜିଲ୍ଲାଭିତ୍ତିକ ଶିକ୍ଷକ ନିଯୁକ୍ତି ଉଠିଗଲା। ଏହାର ଫଳ ଜିଲ୍ଲାର ହଜାର ହଜାର ଶିକ୍ଷିତ ବେକାର ଯୁବକ ଓ ଯୁବତୀଙ୍କୁ ଉଠାଇବାକୁ ପଡ଼ୁଛି ବୋଲି ବିଧାୟକ ଅଭିଯୋଗ କରିଥିଲେ। ଅରୋପ ପ୍ର‌ତ୍ୟାରୋପ  କରିବା ଛାଡି ଦଳମତ ନିର୍ବିଶେଷରେ ଅଂଚଳର ସାମଗ୍ରୀକ ବିକାଶ ଦିଗରେ ସବୁ ଏକଜୁଟ୍ ହେବାକୁ ପଡ଼ିବ ବୋଲି ବିଧାୟକ କହିଥିଲେ।

ସମ୍ବନ୍ଧିତ ଖବର