ପଦ୍ମପୁର ଉପନିର୍ବାଚନକୁ ଦୃଷ୍ଟିରେ ରଖି ସିବିଆଇ ଓ ଇଡି ସକ୍ରିୟ, ବହୁ ବିଜେଡି ଓ ବିଜେପି ନେତା ଅର୍ଚ୍ଚନା ନାଗଫାସରେ ଅଛନ୍ତି: ତାରା

ଜୟପୁର: ପଦ୍ମପୁର ଉପନିର୍ବାଚନକୁ ଦୃଷ୍ଟିରେ ରଖି ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସକ୍ରିୟ ହୋଇ ପଡ଼ିଛନ୍ତି ବୋଲି କହିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ଏମାନଙ୍କର ତଦନ୍ତରେ କୌଣସି ବଡ଼ ମାଛ ପଡ଼ିବ ହିଁ ନାହିଁ। ଛୋଟ ମୋଟ କେରାଣ୍ଡି ମାଛକୁ ଧରି ଏମାନେ ବାହାବା ନେବେ। ବଡ଼ ମାଛ ଆରାମରେ ଖସି ଯିବେ। ନିର୍ବାଚନ ସରିଲେ ଉଭୟ ଚୁପ। କେନ୍ଦ୍ର ନିର୍ଦେଶରେ ସିବିଆଇ ଓ ରାଜ୍ୟ ନିର୍ଦେଶରେ ଇଡିର ତଦନ୍ତ ପ୍ରକ୍ରିୟା ଚାଲୁଛି ବୋଲି କହିଛନ୍ତି ବିଧାୟକ ତାରା। ସେଭଳି ଅର୍ଚ୍ଚନା ନାଗ ବଡ଼ ଖେଳ ଖେଳିଛି।

ବିଜେଡି ଓ ବିଜେପିର ବହୁ ନେତା ଅର୍ଚ୍ଚନା ନାଗର ଫାସରେ ପଡ଼ିଛନ୍ତି। ସେମାନଙ୍କ ଗୁମର କାହିଁକି ରାଜ୍ୟ ସରକାର ଖୋଲୁ ନାହାନ୍ତି। ନାମକୁ ମାତ୍ର ତଦନ୍ତ ଚାଲୁଛି। ପ୍ରକୃତ ଦୋଷୀଙ୍କୁ ଏବେ ଲୁଚାଇବାକୁ ପ୍ରୟାସ ଆରମ୍ଭ ହୋଇ ସାରିଲାଣି। ଉପଯୁକ୍ତ ସମୟରେ ସେ ଉପଯୁକ୍ତ ତଥ୍ୟ ରାଜ୍ୟବାସୀଙ୍କ ସାମ୍ନାରେ ରଖିବେ ବୋଲି ଜୟପୁର ବିଧାୟକ କହିଛନ୍ତି।

ସମ୍ବନ୍ଧିତ ଖବର