ଘଟ ପରିକ୍ରମା ଜାରି, ଶ୍ରଦ୍ଧାଳୁଙ୍କ ଭିଡ଼

ନବମ ଦିନରେ ମା’ ତାରାଦେବୀ ଠାକୁରାଣୀ ଯାତ୍ରା

ବ୍ରହ୍ମପୁର: ଲାଞ୍ଜିପଲ୍ଲୀ ମା’ ତାରାଦେବୀ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଆଜି ନବମ ଦିନରେ ପହଞ୍ଚିଛି। ଆଜି ମା’ଙ୍କ ଅସ୍ଥାୟୀ ମଣ୍ତପରେ ୧୦୮ ମହାଆଳତି ଅନୁଷ୍ଠିତ ହୋଇଥିଲା। ଏହି ଆଳତି ଦେଖିବା ପାଇଁ ଅସ୍ଥାୟୀ ମଣ୍ତପରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଦିନ ତମାମ ଅସହ୍ୟ ଗରମ ଓ ଗୁଳୁଗୁଳି ସତ୍ତ୍ବେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିବା ବେଳେ ଅପରାହ୍‌ଣରେ ପାଗରେ ପରିବର୍ତ୍ତନ ହେବା ପରେ ସଂଧ୍ୟାରେ ଭିଡ଼ ବଢ଼ିଥିଲା। ସ˚ଧୢା ଆଳତି ଓ ମହାଆଳତି ପରେ ମା’ଙ୍କ ଘଟପରିକ୍ରମା ଆରମ୍ଭ ହୋଇଥିଲା।

ଅସ୍ଥାୟୀ ମଣ୍ଡପରୁ ମା’ଙ୍କ ଘଟ ବାହାରିବା ପରେ ଲାଞ୍ଜିପଲ୍ଲୀ ରାଜା ଭାଗବତପ୍ରସାଦ ସି˚ହଦେଓଙ୍କ ସମେତ ତାଙ୍କ ୪ଭାଇ ପୂଜାର୍ଚ୍ଚନା କରିଥିଲେ। ଏହାପରେ ମା’ଙ୍କ ଘଟ ବାଳିକା ଉଚ୍ଚବିଦ୍ୟାଳୟ, ଖଳା ସାହି, ବାପୁଜୀ ନଗର ଦେଇ ଶ୍ମଶାନଘାଟ ପାର କରି ଗୌଡ଼ ସାହି, ତ୍ରିନାଥ ନଗର ଠାରୁ କେଶବ ନଗର ୩ୟ ଓ ୪ର୍ଥ ଲାଇନ୍‌ ପରିକ୍ରମା କରିଥିଲା। ମା’ଙ୍କ ଘଟ ତ୍ରିନାଥ ମନ୍ଦିର ଅତିକ୍ରମ କରି ଶ୍ମଶାନଘାଟ ରାସ୍ତା ପାର୍‌ କରି ତଳଦଣ୍ତାସି ସାହି ଦେଇ ପୂର୍ବ ଆଡ଼ୁଆ ସାହି ଓ ବ୍ରାହ୍ମଣ ସାହି ହୋଇ ପୂଜାମଣ୍ତପକୁ ପ୍ରତ୍ୟାବର୍ତ୍ତନ କରିଥିଲା। ଦେଶୀବେହେରା କୁନା ସାବତ ମୁଖ୍ୟଘଟ ବହନ କରିଥିବା ବେଳେ ଅନ୍ୟ ୪ଟି ପାର୍ଶ୍ବଘଟକୁ ପରିବାରଲୋକେ ବହନ କରିଥିଲେ।

ସମ୍ବନ୍ଧିତ ଖବର