ଜୟପୁର: ସରକାରଙ୍କ ମୁଖା ଖୋଲିଗଲା। ଆଗାମୀ ନିର୍ବାଚନରେ ଭୟ ଦେଖା ଦେଲା। ତେଣୁ ‘ସମ୍ବାଦ’ରେ ଇଓଡବ୍ଲୁ ରେଡ୍ କରାଯାଉଛି। ଗଣମାଧ୍ୟମକୁ କଣ୍ଠରୋଧ କରିବାକୁ ପ୍ରୟାସ କରାଯାଉଛି। ଏହା ଗ୍ରହଣୀୟ ନୁହେଁ ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ସେ କହିଛନ୍ତି, ରାଜନୈତିକ ଅଭିସନ୍ଧି ରଖି ‘ସମ୍ବାଦ’ ଉପରେ ପ୍ରାୟୋଜିତ ରେଡ କରାଯାଇଛି। ଏପରି ହେବ ବୋଲି ସେ ପୂର୍ବରୁ ଜାଣିଥିଲେ ଏବଂ ସେ ପୂର୍ବରୁ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏ ନେଇ ସୂଚନା ବି ଦେଇଥିଲେ। ଏହା ଗଣତନ୍ତ୍ରର କଣ୍ଠରୋଧ ପାଇଁ ବିଜେଡି ସରକାରର ଅପଚେଷ୍ଟା। ଯେବେ ଯାଏ ବିଜେଡିର ସ୍ବାର୍ଥ ସାଧନ କରୁଥିଲେ ସୌମ୍ୟ ବାବୁ ଭଲ ଥିଲେ। ହେଲେ ଯେଉଁଦିନ ପ୍ରଶ୍ନ ପଚାରିବା ଆରମ୍ଭ କଲେ, ତା’ପରେ ପ୍ରାୟୋଜିତ ରେଡ କରାଗଲା। ଏଭଳି ରେଡକୁ ମୁଁ ଦୃଢ ନିନ୍ଦା କରୁଛି। ଗଣମାଧ୍ୟମର କଣ୍ଠରୋଧ କରିବା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ତାରା। ଓଡିଶାବାସୀଙ୍କ ସ୍ୱାର୍ଥ ନେଇ ଯଦି କେହି ପ୍ରଶ୍ନ କରୁଛି, ତେବେ ତାକୁ ନାଲି ଆଖି ଦେଖାଇବା କେଉଁ ଭଳି ନ୍ୟାୟ? ଗଣତନ୍ତ୍ରରେ ପ୍ରଶ୍ନ ପଚାରିବା ପାଇଁ ସମସ୍ତଙ୍କର ଅଧିକାର ଅଛି। ଏହାଦ୍ବାରା ଗଣତନ୍ତ୍ର ସମୃଦ୍ଧ ହୁଏ। ଯଦି ସରକାର ଏକଛତ୍ରବାଦ ଶାସନ ଚଳାଇବେ। ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି କହିଛନ୍ତି ତାରା।
ଖବରକାଗଜର ସମ୍ପାଦକ ଯେଉଁ ଦଳରେ ଥିଲେ ବି ସମ୍ପାଦକୀୟ ଲେଖି ପାରିବେ। ସେ ଜଣେ ସଂପାଦକ ଭାବେ ମତାମତ ଲେଖି ପାରିବେ ତାହାକୁ ଶାସକ ହେଉ କିମ୍ବା ବିରୋଧୀଦଳ ସ୍ବାଗତ କରି ଗ୍ରହଣ କରିବା ଉଚିତ। ତାଙ୍କ ପ୍ରତି ଏଭଳି ଆଚରଣ କରିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ସେ ଖଣ୍ଡପଡ଼ାର ଶାସକ ବିଜେଡି ବିଧାୟକ ହେଲେ ମଧ୍ୟ ‘ସମ୍ବାଦ’ର ସଂପାଦକ ଭାବେ ସେ ଲେଖିବା ତାଙ୍କର ଅଧିକାର ରହିଛି। ନିର୍ବାଚିତ ଜନପ୍ରତିନିଧି ମାନେ ଗଣତନ୍ତ୍ରକୁ ସୁରକ୍ଷା ଦେବା ଏବଂ ଭୁଲ, ଠିକକୁ କହିଲେ ଯାଇ ଗଣତନ୍ତ୍ର ବଞ୍ଚିବ। ସୈମ୍ୟବାବୁ ବିଜେଡି ଦଳରରେ ଥିଲେ ମଧ୍ୟ ମତ ମନ୍ତବ୍ୟ ଦେଇ ପାରିବେ। ସେ ନେତା ସହ ଗୋଟିଏ ପ୍ରମୁଖ ଖବର କାଗଜର ସଂପାଦକ। ସେ କଣ ଲେଖିଛନ୍ତି ତାହା ଲୋକେ ଠିକ ଭାବେ ଜାଣିଛନ୍ତି। ଯିଏ ପ୍ରଶ୍ନ ପଚାରିଲା ତାହା କାର୍ଯ୍ୟାଳୟରେ ଇଡି ପଶାଇ ଡରାଇବା, ଧମକାଇବା କେତେ ଦୁର ଯୁକ୍ତିଯୁକ୍ତି। ପ୍ରାୟୋଜିତ ଏତଲା ଏବଂ ଚଢ଼ାଉକୁ ନେଇ ରାଜ୍ୟବାସୀ ଠିକ ଭାବେ ବୁଝିଗଲେଣି। ସରକାରଙ୍କ ଅସଲି ମୁଖାଖୋଲି ଗଲାଣି। ଏହାର ଠିକଣା ଜବାବ ବି ଦେବେ। ତେଣୁ ସରକାର ଏଭଳି ଗଣମାଧ୍ୟମକୁ କଣ୍ଠରୋଧ କରି ଚାପ ସୃଷ୍ଟି କରି, ଭୟଭୀତ କରିବା ବନ୍ଦ କରନ୍ତୁ ବୋଲି କହିଛନ୍ତି ଜୟପୁର ବିଧାୟକ।