ଉମରକୋଟ: ଉପାନ୍ତ ଅଞ୍ଚଳରେ ଜନ୍ମଗ୍ରହଣ କରିଥିବା ଆଦିବାସୀ ଝିଅଟିର ସଫଳତାକୁ ଦେଖିଲେ କାହାର ମଧ୍ୟ ଛାତି କଣ୍ଢେଇ ମୋଟ ହେଇଯିବ। ଏହି ପ୍ରତିଭା ବାନ ଝିଅ ହେଲେ ନବରଙ୍ଗପୁର ଜିଲ୍ଲାର ଗୌରବ। ନିକଟରେ ଦିଲ୍ଲୀ ଠାରେ ଅନୁଷ୍ଠିତ ରାଜ୍ୟ ଗୋଷ୍ଠୀ ଜୁନିଅର ସ୍ତରରେ ମୀନା ସ।ନ୍ତ। ୫୫ କିଲୋ ଭାର ଉତ୍ତୋଳନରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଆଣିଥିଲେ। ଭାରତର ବିଖ୍ୟାତ ଭାର ଉତ୍ତୋଳନକ।ରୀ କେ. ରବି କୁମାର ହେଉଛନ୍ତି ମିନାଙ୍କ ପ୍ରଶିକ୍ଷକ। ମୀନାଙ୍କ ପିତା କସୁ ସ।ନ୍ତା ଜଣେ ଗରୀବ ଚାଷୀ ହେଇଥିବ। ବେଳେ ଘର ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ସୁନାବେଡ। ଗ୍ରାମ ପଞ୍ଚାୟତର କୁରୁମାହାଣ୍ଡି ଗ୍ରାମରେ। ବର୍ତ୍ତମାନ ମୀନା ଭୁବନେଶ୍ଵର କିଟସରେ ଯୁକ୍ତ ୨ ପ୍ରଥମ ବର୍ଷ ଶ୍ରେଣୀର ଛାତ୍ରୀ ହେଇଥିବା ବେଳେ ଏଚ୍ପିଟିସିରେ ତାଲିମ ନେଉଛନ୍ତି। ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବା ଏକ ମାତ୍ର ଲକ୍ଷ ବୋଲି ସେ କୁହନ୍ତି।
ମୀନା ଜୁଲାଇ ମାସରେ ଅନୁଷ୍ଠିତ ରାଜ୍ୟ ଗୋଷ୍ଠୀ ଜୁନିଅର ସ୍ତରରେ ୫୫ କିଲୋ ବର୍ଗରେ ଭାର ଉତ୍ତୋଳନରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏଥି ପୂର୍ବରୁ ତାମିଲନାଡୁରେ ଅନୁଷ୍ଠିତ ପ୍ରତିଯୋଗିତାରେ ରୌପ୍ୟ ପଦକ, ଜାତୀୟ ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ହିମାଚଳ ପ୍ରଦେଶରେ ସ୍ବର୍ଣ୍ଣ, ଉତ୍ତର ପ୍ରଦେଶରେ ରୌପ୍ୟ ଓ ମଧ୍ୟ ପ୍ରଦେଶରେ କାଂସ୍ୟ ପଦକ ହାସଲ କରି ସାରିଛନ୍ତି। ତାମିଲନାଡୁ ଠାରେ ଅନୁଷ୍ଠିତ ସିନିଅର, ଜୁନିଅର ଆଣ୍ଡ ୟୁଥ୍ ଚମ୍ପିଅନସିପରେ ମୀନା ରୌପ୍ୟ ପାଇଥିବା ବେଳେ ଦିଲ୍ଲୀ ଠାରେ ଅନୁଷ୍ଠିତ ଏସିଆନ ୟୁଥ୍ ଜୁନିଅର ଚମ୍ପିୟାନ ସିପରେ ଚତୁର୍ଥ ସ୍ଥାନ ଗ୍ରହଣ କରିଥିଲେ। ଏହି ପ୍ରତିଭା ବାନ ଝିଅଙ୍କୁ ଦିଲ୍ଲୀ ଥରେ ଅନୁଷ୍ଠିତ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଜୁନିଅର ବିଭାଗରେ ୫୫କିଲୋ ଭାର ଉତ୍ତୋଳନରେ ସ୍ବର୍ଣ୍ଣ ପଦକ ହାସଲ କରି ସମଗ୍ର ଭାରତ ବର୍ଷ ପାଇଁ ଗୌରବ ଆଣିଥିବାରୁ ଆଜି ଉମରକୋଟସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ଠାରେ ଜିଲ୍ଲା ବଲ ବେଡମିଣ୍ଟନ ସଂଘ ପକ୍ଷରୁ ମୀନା ଶାନ୍ତ।ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା। ଏହି ଅବସରରେରେ ରାଜ୍ୟ ଉଠା ଜଳସେଚନ ନିଗମର ଉପଦେଷ୍ଟ। ପ୍ରମୋଦ କୁମାର ପାଢୀ, ଉମରକୋଟ ପୌର ପରିଷଦର ଉପାଧ୍ୟକ୍ଷ ସୁଧାଂଶୁ ଦାସ, ୩ ନମ୍ବର ୱାର୍ଡ଼ କାଉନସିଲର ମନୋଜ କୁମାର ନାୟକ, କ୍ରୀଡ଼ା ଶିକ୍ଷକ ଏମ. ବିଜୟ କୁମାର ଓ ସପନ ବୈରାଗୀ ଓ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାର ପୂର୍ବତନ ସ୍ବର୍ଣ୍ଣ ପଦକ ବିଜେତା ଅରୁଣ ସାନ୍ତ। ପ୍ରମୁଖ ଉପସ୍ଥିତ ଥିଲେ।