ଯୋରନ୍ଦା: ଢେଙ୍କାନାଳ ଜିଲ୍ଲା ଗଦିଆ ଥାନା ଚବିଶକୁଦ ଗ୍ରାମ ନିକଟରେ ଏକ ଟାଟା ଏସିରେ ନିଆ ଲାଗି ଜଳିଯାଇଥିଲା। ଘଟଣାରୁ ଜଣାଯାଇଛି ଯୋରନ୍ଦା ଫାଣ୍ଡି ବିରିଖୁଣ୍ଟି ଗ୍ରାମର ନିରଞ୍ଜନ ପରିଡାଙ୍କର ଟାଟା ଏସି (ଓଆର ୦୬ ଏଫ୨୭୪୭) ଧାନ ପାଳ ବୋଝେଇ କରି ଆସୁଥିବା ବେଳେ ଉପରେ ଥିବା ଇଲେକ୍ଟିକ ତାର ସଂଶ୍ପର୍ଶରେ ଆସି ସର୍ଟସର୍କିଟ୍ ହୋଇ ନିଆଲାଗିଥିଲା। ଡ୍ରାଇଭର ଗାଡିଟିକୁ ଯେତେ ଚେଷ୍ଠାକଲା ରକ୍ଷାକରିବା ପାଇଁ ପାରିନଥିଲା। ଶେଷରେ ସେ ନିକଟରେ ଥିବା ଏକ ପୋଖରୀ ମଧ୍ୟରେ ପୁରାଇବାକୁ ନେଉଥିବା ବେଳେ ଗାଡି ଷ୍ଟାର୍ଟ ବନ୍ଦ ହୋଇଗଲା। ଫଳରେ ଗାଡିଟି ହୁ ହୁ ଜଳି ଉଠିଥିଲା ଖବର ପାଇ ଗଁଦିଆ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ।
ବିଦ୍ୟୁତ୍ ତାର ଲାଗି ଟାଟା ଏସି ଜଳିଗଲା
/sambad/media/post_attachments/wp-content/uploads/2021/01/tata.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)