ଇବ୍ଥର୍ମାଲ: ବନହରପାଲି ଥାନା ତିଲିଆ ରାସ୍ତା କୁମ୍ଭାରବନ୍ଧ ସିନ୍ଦୁରବନ୍ଧ ନିକଟରେ ଏକ ଟାଟା ମ୍ୟାଜିକ୍ (ଓଡି ୨୩ବି ୬୩୦୯) ଗୁରୁବାର ଓଲଟି ପଡ଼ିବାରୁ ଜଣେ ଶିଶୁ ସହ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଇବ୍ଥର୍ମାଲ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି। ଲଖନପୁର ଥାନା ଟାଂଗରପାଲି ଗାଁରୁ ଭଡ଼ା ଗାଡ଼ିଟିରେ ୧୨ ଜଣ ମହିଳା ପୁରୁଷ ହୀରାକୁଦକୁ ଯାଉଥିଲେ। ସକାଳ ସାଢ଼େ ୯ଟା ସମୟରେ ମ୍ୟାଜିକ୍ ଗାଡ଼ିର ପଛ ଚକ ଫାଟିଯିବାରୁ ଓଲଟି ପଡ଼ିଥିଲା। ଅମିତ ସା (୮), ସୂରଜ ନାଏକ (୨୮), ସୁରେଶ ତିଗିରିଆ (୪୦), ବିନୋଦ ଭୋଇ (୫୨), ସଂଧ୍ୟା ପୋଡ଼ (୨୫), ଧନୁର୍ଯ ସା (୬୫) ଆହତ ହୋଇଛନ୍ତି। ଧନୁର୍ଯଙ୍କ ଲିଖିତ ଅଭିଯୋଗରେ କୁମ୍ଭାରବନ୍ଧ ଫାଣ୍ଡି ପୁଲିସ୍ ଏ ସଂକ୍ରାନ୍ତରେ ଗାଡ଼ିଟିକୁ ଜବତ କରିବା ସହ ଡ୍ରାଇଭର ଭକ୍ତ ପୂଜାରୀ (୪୫)କୁ ଗିରଫ କରିଛି।
ଟାଟା ମ୍ୟାଜିକ୍ ଓଲଟି ୬ ଆହତ, ଚାଳକ ଗିରଫ
/sambad/media/post_attachments/wp-content/uploads/2017/10/jharsguda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)