ଜୟପୁର: ଟାଟାପାୱର ଦକ୍ଷିଣାଞ୍ଚଳ ଓଡ଼ିଶା ବିତରଣ ଲିମିଟେଡ ପକ୍ଷରୁ ଚତୁର୍ଥ ଜାତୀୟ ବୈଦ୍ୟୁତିକ ସୁରକ୍ଷା ଦିବସ ଅବସରରେ ଏକ ବୈଦ୍ୟୁତିକ ସୁରକ୍ଷା ସଚେତନତା ଶୋଭାଯାତ୍ରା କରାଯାଇଥିଲା। ଏହା ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ଜୟପୁର ପାଓ୍ବାର ହାଉସ କଲୋନି ପରିସରରେ ସମାପ୍ତ ହୋଇଥିଲା। ଉଦ୍ଘାଟନୀ କାର୍ଯ୍ୟକ୍ରମକୁ ଜୟପୁର ବିଦ୍ୟୁତ ମଣ୍ଡଳର ସୁରକ୍ଷା ଅଧିକାରୀ ପ୍ରମୋଦ କୁମାର ବେହେରା ସୁରକ୍ଷା ପତକା ଦେଖାଇ ଶୋଭାଯତ୍ରା ଆରମ୍ଭ କରିଥିଲେ। ସୁରକ୍ଷା ଅଧିକାରୀ ଶ୍ରୀ ବେହେରାଙ୍କ ତତ୍ତ୍ୱାବଧାନରେ ଏହି ଶୋଭାଯାତ୍ରା କରାଯାଇଥିଲା ତାଙ୍କୁ ସୌମ୍ୟ ରଞ୍ଜନ ଲେଙ୍କା ଓ ସୁରଜିତ କୁମାର ସ୍ବାଇଁ ସହଯୋଗ କରିଥିଲେ। ବିଦ୍ୟୁତ ଉପଭୋକ୍ତାଙ୍କୁ ଅନେକ ବୈଦ୍ୟୁତିକ ସୁରକ୍ଷା ସମ୍ବନ୍ଧିତ‘‘ବୈଦ୍ୟୁତିକ ସୁରକ୍ଷା-ଏହା ସହ ବୁଝାମଣା ନୁହେଁ, ସଠିକ ଜ୍ଞାନ ଆବଶ୍ୟକ ’’ ବାର୍ତ୍ତା ଦିଆ ଯାଇଥିଲା। ଏଥିରେ ଭାଗ ନେଇଥିବା ଅନ୍ୟନ୍ୟ ଅଧିକାରୀମାନେ ହେଲେ ରାଜଶେଖର, ରଶ୍ମି ରଞ୍ଜନ ସାହୁ, ସୁଚନ୍ଦନ ନାୟକ, ଲୋକନାଥ ସାହୁ, ଆଲୋକ କୁମାର ନାୟକ, ଜ୍ଞାନ ରଞ୍ଜନ ରାଉତ।